BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଆମେରିକା ଠାରୁ ଭାରତ ଆଣିବ ଏଫ୍-୧୬ ଯୁଦ୍ଧ ବିମାନ।

ୱାଶିଂଟନ,୨ ।୨: ଭାରତୀୟ ବାୟୁସେନାକୁ ଖୁବ୍‌ଶୀଘ୍ର ଆମେରିକାର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍‌-୧୬ଇଏକ୍ସ ବିମାନ ମିଳିପାରେ । ଦୁଇ ଦେଶ ମଧ୍ୟରେ ବଢୁଥିବା ବନ୍ଧୁତ୍ୱର ସମ୍ପର୍କ ସ୍ୱରୂପ ଆମେରିକା ସରକାର ଏଫ୍‌-୧୫ ଶୃଙ୍ଖଳାର ସବୁଠାରୁ ନୂଆ ମଡେଲକୁ ଭାରତକୁ ଦେବାକୁ ମଞ୍ଜୁରୀ ପ୍ରଦାନ କରିଛି । ଏହା ବହୁଉଦ୍ଦେଶୀୟ ହୋଇଥିବା ବେଳେ ଖରାପ ପାଗ ଓ ରାତିରେ ବି ଶତ୍ରୁଙ୍କ ଉପରେ ଆକ୍ରମଣ କରିପାରିବ । ବୋଇଂ ଇଣ୍ଟରନ୍ୟାଶନାଲ ସେଲ୍ସ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ପାର୍ଟନରଶିପର ଉପାଧ୍ୟକ୍ଷ ମରିୟା ଏଚ୍ ଲେନେ କହିଛନ୍ତି ଦୁଇ ଦେଶର ସରକାରଙ୍କ ମଧ୍ୟରେ କଥା ହେବା ପରେ ଦୁଇ ଦେଶର ବାୟୁସେନା ଏଫ୍‌-୧୫ଇଏକ୍ସ ସମ୍ପର୍କରେ ସୂଚନା ଆଦାନ ପ୍ରଦାନ କରିଥିଲେ । ଭାରତର ଅନୁରୋଧକୁ ଆମେରିକା ସ୍ୱୀକାର କରି ନେଇଥିବା ଲେନେ କହିଛନ୍ତି । ବୋଇଙ୍ଗ କହିଛି ବେଙ୍ଗାଲୁରୁରେ ଆଗାମୀ ସପ୍ତାହରେ ଆରମ୍ଭ ହେବାକୁ ଥିବା ଏୟରୋ ଇଣ୍ଡିଆ ୨୦୨୧ରେ ଏଫ୍ ୧୫-ଇଏକ୍ସ ବିମାନକୁ ପ୍ରଦର୍ଶନ କରାଯିବ । କୁହାଯାଉଛି କି ଆମେରିକା ସରକାରଙ୍କ ଏଭଳି ନିଷ୍ପତ୍ତି ଭାରତ ସହ ଥିବା ନିବିଡ ବନ୍ଧୁତ୍ୱର ପରିଚୟ । ଏହା ଦୁଇ ଦେଶ ମଧ୍ୟରେ ଭରସା ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପର୍କ ଯୋଡି ରହିବାର ସଙ୍କେତ ।