ଭୁବନେଶ୍ଵର : ଭିଏସ୍ଏସ୍ ନଗର ସ୍ଥିତ ମହାମଣ୍ଡଳେଶ୍ଵର ସ୍ଵାମୀ ଶଙ୍କରାନନ୍ଦଗିରି ମହାରାଜାଙ୍କ ଶିକ୍ଷାର ସ୍ୱପ୍ନଭୂମି ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ରିଗେଡିୟର ଅଭିମନ୍ୟୁ ରାଉତ ଯୋଗେଦେଇଥିଲେ। ବିଦ୍ୟାଳୟ ପରିଚଳନା ସମିତିର ସହ ସମ୍ପାଦିକା ପ୍ରୀତିନନ୍ଦା ମହାପାତ୍ର ଏବଂ କୋଷାଧ୍ୟକ୍ଷ ଶୋଭାକର ଦାସ ଫତେସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରମାନଙ୍କ ଦ୍ବାରା ଜାତୀୟ ସଙ୍ଗୀତ ଗାନ ଗାନ କରାଯିବା ସହ ଦେଶାତ୍ମବୋଧ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ମୁଖ୍ୟ ଅତିଥୁ ତାଙ୍କ ବସ୍ତବ୍ୟରେ ସ୍ବାଧୀନତା ଦିବସର ତାତ୍ପର୍ଯ୍ୟ ଓ ସନାତନ ଧର୍ମ ବିଷୟରେ ଉଦବୋଧନ ଦେଇଥିଲେ। କୋଷାଧ୍ୟକ୍ଷ ଫତେସିଂହ ବିଦ୍ୟାର୍ଥୀମାନଙ୍କୁ ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ ହେବା ପାଇଁ ଉପଦେଶ ଦେଇଥିଲେ। ଅଧ୍ୟକ୍ଷ ଅଲେଖ ଚରଣ ନାୟକ ସ୍ବାଗତ ଭାଷଣ ସହିତ ଅତିଥୁ ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ତାଏକୋଣ୍ଡାରେ ସତ୍ୟବ୍ରତ ଜଗଦେବ, ସ୍କେଟିଂରେ ଆରୁସ ଦାସ ଓ ଶତ ପ୍ରତିଶତ ଉପସ୍ଥାନ ଛାତ୍ରଛାତ୍ରୀ ଦେବେନ ପଟ୍ଟନାୟକ ଏବଂ କରାଟେରେ ଓମ୍ ସତ୍ୟମ୍ ମହାନ୍ତିଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରତ୍ୟାଷା ମହାନ୍ତି ଓ ରେଶ୍ମି ସାହା ସଭାକାର୍ଯ୍ୟ ପରିଚଳନା କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏନ.ପି. ନାଗରାଣୀ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।