କଟକ : କଟକ ଜିଲା ମାହାଙ୍ଗା ଅନ୍ତର୍ଗତ ବନ୍ତଳା ଜାଗୁଳାଇ ପୀଠରେ ନୂତନ ରାଧାକୃଷ୍ଣ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ତିନି ଧରି ଯଜ୍ଞ ଅନୁଷ୍ଠିତ ହେବାପରେ ପୂର୍ଣ୍ଣାହୁତି ଓ ନୂତନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଏହି ଭବ୍ୟ ମନ୍ଦିର ଗୀତିକା ନାୟକ(ଜେମା ) ଓ ଇଂ ପ୍ରତାପ ସାମଲ (ମୁନା )ଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନ ଓ ଆର୍ଥିକ ସହଯୋଗରେ ନିର୍ମିତ ହୋଇଛି।

ତିନି ଦିନ ଧରି ଆୟୋଜିତ ଉତ୍ସବରେ ଶ୍ରୀକାନ୍ତ ସାମଲ ଓ ସ୍ୱପ୍ନାଶ୍ରୀ ସାମଲ କର୍ତ୍ତା ଓ କର୍ତ୍ତୀ ଭାବରେ କାର୍ଯ୍ୟ ତୁଲାଇଥିଲେ।
ପୂର୍ଣ୍ଣାହୁତିର ଶେଷ ସନ୍ଧ୍ୟାରେ ଓଡିଶାର ପ୍ରସିଦ୍ଧ ଭଜନ ଗାୟକ ଶିବପ୍ରସାଦ ଦାଶ (ଶିବାନନା ) ଭଜନ ପରିବେଷଣ କରିଥିଲେ। ଗ୍ରାମର ସମସ୍ତ ଓ ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ପ୍ରଥମ ଦିନରେ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।