BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସୁନ୍ଦରଗଡ ଟିମ, ଝାରସୁଗୁଡା ଟିମକୁ ପେନାଲ୍ଟି କିକରେ ୪-୩ ଗୋଲ ବ୍ୟବଧାନରେ ପରାସ୍ତ କରି  ବିଜେତା

ଆଜି ସୁନ୍ଦରଗଡର ଜିଲ୍ଲା ଷ୍ଟାଡିୟମରେ  ୮୦ ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡିଆଇଜି (ପଶ୍ଚିମାଞ୍ଚଳ) ଶ୍ରୀ ବ୍ରିଜେଶ କୁମାର ରାୟ ଯୋଗ ଦେଇ ଚାମ୍ପିୟନ  ସୁନ୍ଦରଗଡ ଟିମକୁ ଟ୍ରଫି ପ୍ରଦାନ କରିଥିଲେ। ଏହାସହ ରନର୍ସ ଅପ ଟ୍ରଫି ଝାରସୁଗୁଡା ଟିମକୁ  ପ୍ରଦାନ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଆଜି ସୁନ୍ଦରଗଡ ପୋଲିସ ଟିମ   ଓ ଝାରସୁଗୁଡା ପୋଲିସ ଟିମ  ମଧ୍ୟରେ ଫାଇନାଲ ମ୍ଯାଚ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସୁନ୍ଦରଗଡ ଟିମ, ଝାରସୁଗୁଡା ଟିମକୁ ପେନାଲ୍ଟି କିକରେ ୪-୩ ଗୋଲ ବ୍ୟବଧାନରେ ପରାସ୍ତ କରି  ବିଜେତା ହୋଇଛି ।
ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ଡ଼ିଫେଣ୍ଡର ଖେଳାଳି ଭାବେ  ଝାରସୁଗୁଡ଼ାର କନେଷ୍ଟବଳ ରାକେଶ ଓରାମ, ଶ୍ରେଷ୍ଠ ଗୋଲକିପର ଭାବେ  ସୁନ୍ଦରଗଡ଼ର  ହାବିଲଦାର କୁନାଲ କାଲୋଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ମିଡଫିଲ୍ଡର ଭାବେ   କମିଶନେରେଟ୍ ଟିମର  କନେଷ୍ଟବଳ ଲାଖାଇ ମୁର୍ମୁ ଏବଂ ଶ୍ରେଷ୍ଠ ଫରୱାର୍ଡ ଖେଳାଳି ଭାବେ ରାଉରକେଲାର କନେଷ୍ଟବଳ ସମୀର କେରେକେଟା ଓ ସୁନ୍ଦରଗଡ଼ର  କନେଷ୍ଟବଳ  ଆଲିଷ୍ଟର ବ୍ୟାଙ୍କର ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳିଭାବେ ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ଏହି ୮୦ ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା – ୨୦୨୫ ରେ ରାଜ୍ୟର ବିଭିନ୍ନ ଜିଲ୍ଲା ପୋଲିସ  ଏବଂ ବାଟାଲିୟନର ୪୭ ଗୋଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ପ୍ରାୟ ୮୫୦ ଜଣ ଖେଳାଳି ସାମିଲ ହୋଇଥିଲେ ।
ଆଜିର ଏହି ଉଦଯାପନୀ  ସମାରୋହରେ ସୁନ୍ଦରଗଡ ଜିଲ୍ଲାପାଳ ଶ୍ରୀ ଡଃ ଶୁଭଙ୍କର ମହାପାତ୍ର ,    କେନ୍ଦୁଝର ଏସପି ଶ୍ରୀ କୁଶାଲକର ନିତିନ ଦାଗୁଡୁ , ରାଉରକେଲା ଏସପି  ଶ୍ରୀ ନିତେଶ ୱାଧାନୀ ,ସୁନ୍ଦରଗଡ ଏସପି  ଅମ୍ରିତପାଲ କୌର, ଉପ ଜିଲ୍ଲାପାଳ ତେଜସ୍ବିନୀ ବେହେରାଙ୍କ ସମେତ ବରିଷ୍ଠ ପୋଲିସ  ଅଧିକାରୀ,   ଟିମର ଅଧିନାୟକ, ଖେଳାଳି ପ୍ରମୁଖ ଉପସ୍ଥିତ ଥିଲେ ।