BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

କୋଟି ୧୪ ଲକ୍ଷ ଟଙ୍କାର ମୂଲ୍ୟର ବେଆଇନ ସାମଗ୍ରୀ ଜବତ

ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ଚତୁର୍ଥ ଦିନ

ଭୁବନେଶ୍ୱର : ଅବକାରୀ ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ସାରା ରାଜ୍ୟରେ ଚାଲୁଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ଚତୁର୍ଥ ଦିନ, ଅର୍ଥାତ ୨୩ ଡିସେମ୍ବର ୨୦୨୫ ତାରିଖରେ ହୋଇଥିବା ଚଢ଼ାଉରେ ମୋଟ ୧,୧୪,୬୨,୯୭୪ ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ ହୋଇଛି ।

ଏହି କାର୍ଯ୍ୟାନୁଷ୍ଠାନରେ NDPS Act. ଅଧୀନରେ ଚାରୋଟି ମାମଲା ସହିତ ମୋଟ ୨୩୯ଟି ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୧୩୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୩ଟି ଗାଡ଼ିକୁ ଜବତ କରାଯାଇଛି।

ଚଢ଼ାଉ ଅଭିଯାନରେ ୧୦,୨୮୪ ଲିଟର ବେଆଇନ ଦେଶୀ ମଦ, ୪୨୨ ଲିଟର duty-paid liquor , ୨୨ କିଲୋଗ୍ରାମ ଭାଙ୍ଗ, ୮୧,୬୦୦ ଲିଟର ମହୁଲ ପୋଚ ଓ ୪,୧୩୦ କିଲୋଗ୍ରାମ ଗୁଡ଼ ପୋଚ ଜବତ କରାଯାଇଛି। ଏଥି ସହିତ ୬୨ କିଲୋଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି।