BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୀତି ନୈତିକତା ସହାନୁଶୀଳତା ସଫଳ ନେତୃତ୍ୱର ଚାବିକାଠି – ଭାରତୀୟ ସାଧାରଣ ପ୍ରଶାସନ ଅନୁଷ୍ଠାନ ଆଞ୍ଚଳିକ ଶାଖା ଓଡିଶା ପକ୍ଷରୁ ଓ୍ବେବନାର

ଭୁବନେଶ୍ୱର:ଭାରତୀୟ ସାଧାରଣ ପ୍ରଶାସନ ଅନୁଷ୍ଠାନ ଆଞ୍ଚଳିକ ଶାଖା ଓଡିଶା ପକ୍ଷରୁ ଓ୍ବେବିନାର ମାଧ୍ୟମରେ ନେତା ନିର୍ମାଣ ସହିତ ଜିତିବାର ଅଭ୍ୟାସ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଭାଗୀମାନେ ଯୋଗଦାନ କରିଥିଲେ ।
ଓଡିଶା ଶାଖାର ଅଧ୍ୟକ୍ଷ ଡ.ଅରୁଣ କୁମାର ରଥ ସମସ୍ତଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖି କହିଥିଲେ ଏକବିଂଶ ଶତାବ୍ଦୀରେ ସାଧାରଣ ପ୍ରଶାସକଙ୍କ ମଧ୍ୟରେ ନେତୃତ୍ୱର ଗୁରୁତ୍ୱ ରହିବା ଆବଶ୍ୟକ । ନୀତି ନୈତିକତା ସ୍ୱଚ୍ଛତା ସହାନୁଶୀଳତା ହେଉଛି ସଫଳ ନେତୃତ୍ୱର ଚାବିକାଠି । ଏହା ସମସ୍ତଙ୍କୁ ପ୍ରଭାବିତ କରିପାରିବ । କୌଣସି ଲକ୍ଷ୍ୟ ପୂରଣ ଦିଗରେ ସଫଳ ନେତୃତ୍ୱ ଓ ଗୋଷ୍ଠିଗତ କାର୍ଯ୍ୟକଳାପ
ଏକାନ୍ତ ଅପରିହାର୍ଯ୍ୟ । ଜାତିର ପିତା ମହାତ୍ମାଗାନ୍ଧୀ ହେଉଛନ୍ତି ସଫଳ ନେତୃତ୍ୱର ଜ୍ୱଳନ୍ତ ଉଦାହରଣ ଓ ଆଗାମୀ ପିଢିର ଆଦର୍ଶ । ଶାନ୍ତି ଅହିଂସା ,ନୀତି,ନୈତିକତା ଓ ଆଦର୍ଶ ପାଇଁ ସେ ଲୋକଙ୍କ ପାଖରେ ଚିରସ୍ମରଣୀୟ
ହୋଇପାରିଛନ୍ତି । ତେଣୁ ପ୍ରଶାସନ କ୍ଷେତ୍ରରେ ସମସ୍ତ ପ୍ରଶାସକମାନଙ୍କୁ ମହାତ୍ମାଗାନ୍ଧୀଙ୍କ ପଥ ଅନୁସରଣ କରିବାକୁ ପଡିବ । ଜନସାଧାରଣ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ପଡିବ । ଜଣେ ସଫଳ ପ୍ରଶାସକ ହେବା ପାଇଁ ଦୃଢ ଇଚ୍ଛାଶକ୍ତି ,ସାହସ,ସତ୍ୟ,ନିଷ୍ଠା,ଆତ୍ମ-
ସଚେତନତା,ସହାନୁଭୂତି ,ସମ୍ମାନ,ସ୍ୱଚ୍ଛତା ଏବଂ ଲୋକ ସଂପର୍କର ଆବଶ୍ୟକତା ରହିଛି ବୋଲି ଡ.ରଥ କହିଥିଲେ । ସେହିପରି ତାମିଲନାଡୁ ମନୋମୋନିୟମ ସୁନ୍ଦରନୟର ବିଶ୍ୱ
ବିଦ୍ୟାଳୟର ପୂର୍ବତନ କୂଳପତି କୁଷ୍ଣନ୍ ଭାଷ୍କର କହିଥିଲେ ସମୁହ ନେତୃତ୍ୱ ନେବା ପାଇଁ କାର୍ଯ୍ୟ ଦକ୍ଷତାକୁ ବଢାଇବା ସହିତ କର୍ମଚାରୀମାନଙ୍କୁ ସମ୍ବୋଦ୍ଧନ କରି ସହାନୁଭୂତି ଦେଖାଇବା ଆବଶ୍ୟକ । ସେ ଆହୁରି କହିଥିଲେ ସଫଳ
ନେତୃତ୍ୱ ପାଇଁ ଶୃଙ୍ଖଳିତ ଓ ସହାନୁଭୂତି ରହିବା ଦରକାର । ସେ ଦୀନ ଦୟାଲଙ୍କ ନବରସର ବ୍ୟାଖା କରିବା ସହିତ ଅନୁସରଣ
କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶ୍ନ ଉପରେ ବିସ୍ତୁତ ଭାବରେ ଆଲୋଚନା କରାଯାଇଥିଲା । ଆଞ୍ଚଳିକ ଶାଖା ଭୁବନେଶ୍ୱରର ସମ୍ପାଦକ ଅଶୋକ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା
ବେଳେ କୋଷାଧ୍ୟକ୍ଷ ବି.ସି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।