BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସମାଜରେ ଶାନ୍ତି ପ୍ରତିଷ୍ଠାରେ ଉଭୟ ବିଜ୍ଞାନ ଓ ନୈତିକତାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: କ୍ଲାଉଡ କମ୍ପ୍ୟୁଟିଙ୍ଗ ଆଣ୍ଡ ଡିଷ୍ଟ୍ରିବ୍ୟୁଟେଡ ସିଷ୍ଟମସ୍‌ ଲାବରୋଟରୀ, ମେଲବୋର୍ଣ୍ଣ ୟୁନିଭରସିଟି, ଅଷ୍ଟ୍ରେଲିଆର ନିର୍ଦ୍ଦେଶକ, ବିଶିଷ୍ଟ ବୈଜ୍ଞାନିକ ତଥା ପ୍ରଫେସର ରାଜକୁମାର ବୁୟା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏମଟି) କଣ୍ଟାବାଡ଼, ଭୁବନେଶ୍ୱର ପରିଦର୍ଶନରେ ଆସିଥିଲେ। ସେଠାରେ ସେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ଏକ ମେନଣ୍ଟରିଙ୍ଗ ସେସନ୍‌ ନେଇଥିଲେ। ମାନବ ସମାଜରେ ଶାନ୍ତି ପ୍ରତିଷ୍ଠା କରିବାରେ ଉଭୟ ବିଜ୍ଞାନ ଏବଂ ନୈତିକତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ବିଜ୍ଞାନ ଯେଉଁଠାରେ ବି ପହଞ୍ଚେ ଭଗବାନଙ୍କ ଉପସ୍ଥିତି ରହିଥାଏ ବୋଲି ବୈଜ୍ଞାନିକ ବିଶ୍ୱାସ କରନ୍ତି। ବୈଜ୍ଞାନିକମାନେ ଭାଗବତ ଗୀତା ଶାନ୍ତି ପ୍ରତିଷ୍ଠା କରି ସମସ୍ତଙ୍କ ମଧ୍ୟରେ ସ୍ନେହ ଓ ପ୍ରେମ ବାଣ୍ଟିଥାଏ ବୋଲି କହିଥାନ୍ତି। ଏହି ବୈଠକରେ ଅଧ୍ୟକ୍ଷତା କରି ଆଇଆଇଏମଟିର ଚେୟାରମ୍ୟାନ ତଥା ପ୍ରତିଷ୍ଠାତା ପ୍ରଫେସର ଡା ଶ୍ରୀକାନ୍ତ ପଟ୍ଟନାୟକ କହିଛନ୍ତି ଯେ ଭାରତୀୟ ପୁରାଣ ଏକ ଲୋକଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା, ସହଭାଗିତା ଏବଂ ସହଯୋଗର ନୀତି ଅନୁସରଣ କରେ। ଆରମ୍ଭରେ ଅନୁଷ୍ଠାନର ଆସୋସିଏଟ ପ୍ରଫେସର ସୋମା ମିତ୍ର ଅତିଥିଙ୍କୁ ପରିଚିତ କରାଇଥିଲେ।