BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଇଗ୍ନୋର ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧି ଅଗଷ୍ଟ ୧୫ ତାରିଖକୁ ବୃଦ୍ଧି

ଭୁବନେଶ୍ବର : ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ-୨୦୨୫ ଶିକ୍ଷା ସେସନ ପାଇଁ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଘୋଷଣା କରାଯାଇଛି। ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଏହି ସୁଯୋଗର ଲାଭ ଉଠାଇ ପାରିବେ। ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଉଚ୍ଚ ଶିକ୍ଷା ପାଇବାରୁ ବଂଚିତ ହୋଇଥିବା କୌଣସି ବୟସର ବ୍ୟକ୍ତି ବିଶେଷଙ୍କ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି ଡିପ୍ଲୋମା (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣର ଶେଷ ତାରିଖ ଚଳିତ ଅଗଷ୍ଟ ମାସ ୧୫ ତାରିଖକୁ ବୃଦ୍ଧି କରାଯାଇଛି।

ଅଣ୍ଡରଗ୍ରାଜୁଏଟ (ସ୍ନାତକ) ପ୍ରୋଗ୍ରାମ ଯଥା କଳା (ସାଧାରଣ), ବିଜ୍ଞାନ (ସାଧାରଣ), ବାଣିଜ୍ଯ (ସାଧାରଣ), ବିଭାଗରେ ନାମ ଲେଖାଇବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦକଙ୍କ ପାଇଁ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ ୫୦% ଛାଡ଼ କରାଯାଇଛି। ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ, ସେମାନେ ଇଗ୍ନୋର ପକ୍ଷରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେନାହିଁ।

ଇଚ୍ଛୁକ ଛାତ୍ରଛାତ୍ରୀ ଇଗ୍ନୋର ୱେବସାଇଟ୍ www.ignou.ac.in ଏବଂ ଏହି ଲିଙ୍କ http://ignouadmission.samarth.edu.in ଅନୁସରଣ କରି ପାରିବେ କିମ୍ବା ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରକୁ ଇ-ମେଲ୍ ମାଧ୍ୟମରେ ଯୋଗାଯୋଗ କରି ପାରିବେ। ଏହାଛଡ଼ା ୦୬୭୪-୨୯୭୧୦୭୧ କିମ୍ବା ୦୬୭୪-୨୩୦୧୩୪୮ ନମ୍ବରରେ ଯୋଗାଯୋଗ କରାଯାଇପାରିବ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ.ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି ।