BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଇନଜୀବୀଙ୍କ ଇଫତାର୍ ପାର୍ଟି

ଭୁବନେଶ୍ୱର : ପବିତ୍ର ରମ୍‌ଜାନ୍ ମାସ ଅବସରରେ କଳିଙ୍ଗ ଟ୍ରଷ୍ଟ ଆନୁକୂଲ୍ୟରେ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାର ସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଇନ୍‌ଜୀବୀ ମାନଙ୍କର ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ଡ. ମଧୁମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ସାମ୍ବାଦିକ ଜବାର ସିଂହ, ଆଇନଜୀବୀ ଡ. ହାସନ ଖାଁ, ମହମ୍ମଦ କଲିମ୍‌, ହବିବୁର ରହମନ୍‌, ଅମର ମହାନ୍ତି, ତନ୍ଦିର ଅହମ୍ମଦ ପ୍ରମୁଖ ଯୋଗଦେଇ ରୋଜା ମାସର ମହାତ୍ମ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି ପାର୍ଟିରେ ପ୍ରଥମେ ରୋଜା ଭଙ୍ଗ କରାଯାଇ ନମାଜ ପାଠ କରାଯାଇଥିଲା । ଓକିଲ ମାନଙ୍କର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆଜିର ଦିନଟି ଭାଇଚାରାର ବାତାବରଣ ଭିତରେ ଆନନ୍ଦ, ଉଲ୍ଲାସ ଓ ଆଲିଙ୍ଗନରେ ପୁରି ଉଠିଥିଲା । ଏଥିରେ ଶତାଧିକ ଆଇନଜୀବୀ ଅଂଶଗ୍ରହଣ କରିଥିଲେ ।