BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

୧୨ ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର,୮।୨(ବ୍ୟୁରୋ): ଆସନ୍ତା ୧୨ଠାରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଡବଲ୍‌ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶଣ ନିମନ୍ତେ ଅନୁମତି ମିଳିବ। ପରିଚୟ ପତ୍ର ଦେଖାଇ ୧୫ ବର୍ଷ ବୟସରୁ କମ୍‌ର ଶିଶୁ ମନ୍ଦିର ପ୍ରବେଶ କରିପାରିବେ। ହେଲେ ମନ୍ଦିରର ଗର୍ଭଗୃହକୁ ପ୍ରବେଶ ଲାଗି ବାରଣ କରାଯାଇଛି। ସେହିଭଳି କେହି ଭଗବାନଙ୍କ ନିକଟରେ ଭୋଗ ମଧ୍ୟ ଲଗାଇପାରିବେ ନାହିଁ।

ଲିଙ୍ଗରାଜ ମନ୍ଦିରକୁ ଶହେ ଭକ୍ତ ପ୍ରବେଶ କରିପାରିବେ। ଟିକାର ଦୁଇଟି ଯାକ ଡୋଜ ନେଇଥିବା ମନ୍ଦିର ପୂଜକ ଏବଂ ସେବାୟତ ହିଁ ମନ୍ଦିରରେ ରହିବେ। ମନ୍ଦିରରେ ପ୍ରବେଶ ସମୟରେ ସମସ୍ତ ଭକ୍ତ ମୁହଁରେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ଅବଲମ୍ବନ କରିବେ। ସାମାନ୍ୟ କରେନା ଲକ୍ଷଣ ଥିଲେ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ। ସେହିଭଳି ବୃଦ୍ଧ ଏବଂ ଗର୍ଭବତୀଙ୍କୁ ମନ୍ଦିର ନ ଯିବାଲାଗି ପରାମର୍ଶ ଦିଆଯାଇଛି। ଫେବୃୟାରୀ ୨୮ ଯାଏ ନିୟମ ବଳବତ୍ତର ରହିବ ବୋଲି ବିଏମ୍‌ସିର ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।