BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ଆଇସିଏସଇ ଦଶମ ପରୀକ୍ଷା ବନ୍ଦ।

ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିଏସ୍‌ଇ ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ରଦ୍ଦ କରାଯାଇଛି। ଅପରପକ୍ଷରେ ନୂଆ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖା ଯାଇଛି। ଏନେଇ ଆଇସିଏସ୍‌ଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂର୍ବରୁ ଦଶମ ବୋର୍ଡ ପରୀକ୍ଷାକୁ ବୈକଳ୍ପିକ ରକ୍ଷାଯାଇଥିଲା। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇଥାନ୍ତା। ତେବେ କରୋନା ସଂକ୍ରମଣ ଅଣାୟତ୍ତ ହେଉଥିବାରୁ ବୋର୍ଡ ପକ୍ଷରୁ ଦଶମ ପରୀକ୍ଷାକୁ ରଦ୍ଦ କରାଯିବା ଲାଗି ନିଷ୍ପତ୍ତି ନିଆ ଯାଇଥିଲା। ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସ୍ଥିତି ସମୀକ୍ଷା କରାଯିବା ପରେ କରାଯିବ। ଏନେଇ ନୂଆ ତାରିଖ ଘୋଷଣା ହେବ ବୋଲି ଆଇସିଏସ୍‌ଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।