ଭୁବନେଶ୍ୱର : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି କଟକରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଧାନମନ୍ତ୍ରୀ-ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କୋ-ବ୍ରାଣ୍ଡେଡ କାର୍ଡକୁ ଓଡ଼ିଶାର ହିତାଧିକାରୀଙ୍କ ପାଇଁ ଉନ୍ମୋଚନ ଏବଂ ବଣ୍ଟନ କରିଛନ୍ତି। ରାଜ୍ୟରେ ଏହି ଦୁଇଟି ସ୍ୱାସ୍ଥ୍ୟ ବୀମା ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେବ । ଓଡ଼ିଶାରେ ଆୟୁଷ୍ମାନ ବୟ ବନ୍ଦନା ଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଇଛି।
ଆୟୁଷ୍ମାନ ଯୋଜନା କିପରି ଆବେଦନ କରିବେ?
👇👇👇
- ନିଜର କିମ୍ୱା ପରିବାରର କୌଣସି ସଦସ୍ୟଙ୍କ ଆୟୁଷ୍ମାନ କାର୍ଡ ତିଆରି ପାଇଁ ପ୍ରଥମେ ଅଫିସିଆଲ ପୋର୍ଟାଲ benficiary.nha.gov.inକୁ ଯାଆନ୍ତୁ ।
- ସେଠାରେ ବେନେଫିସିଆରୀ ବିକଳ୍ପ ସିଲେକ୍ଟ କରି Auth Mode ବାଛନ୍ତୁ । ତାପରେ ଓଟିପି ଓ କେପଚା କୋର୍ଡ ଦେଇ ଲଗଇନ କରନ୍ତୁ ।
- ଲଗଇନ କରିବା ପରେ ଆପଣ ସ୍କିମ, ଷ୍ଟେଟ, ସବ-ସ୍କିମ, ଜିଲ୍ଲା ଓ ସର୍ଚ୍ଚ ବାଏ..ବିକଳ୍ପରେ କ୍ଲିକ କରନ୍ତୁ । ଆଧାର ସିଲେକ୍ଟ କରିଥିଲେ ଆଧାର ନଂ ଦେଇ ସର୍ଚ୍ଚ ବଟନ ଉପରେ କ୍ଲିକ କରନ୍ତୁ ।