BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅଧିକ ଟଙ୍କା ଦାବି କରୁଛନ୍ତି ଘରୋଇ ହସ୍ପିଟାଲ।

ନୂଆଦିଲ୍ଲୀ,୧୦।୫: ଦେଶରେ ଘରୋଇ ହସ୍ପିଟାଲ ୧୮ରୁ ୪୪ ବର୍ଷୀୟ ବୟସ୍କଙ୍କୁ କୋଭିଡ୍‌ ଟିକା ପାଇଁ ମୁଣ୍ଡ ପିଛା ୭୦୦ରୁ ୧,୫୦୦ ଟଙ୍କା ଚାର୍ଜ କରୁଛନ୍ତି। କୋଓ୍ବିନ ଓ୍ବେବସାଇଟ୍‌ରେ ଉପଲବ୍ଧ ଥିବା ତଥ୍ୟ ଏହା ଦର୍ଶାଉଛି। ୪୫ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ପ୍ରଦାନ ବେଳେ ଘରୋଇ ହସ୍ପିଟାଲ ୨୫୦ ଟଙ୍କା ଚାର୍ଜ କରୁଥିଲେ। ବର୍ତ୍ତମାନ ଏହାଠାରୁ ୬ ଗୁଣା ଅଧିକ ଟଙ୍କା ଦାବି କରୁଛନ୍ତି।

ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟିକାର ପ୍ରତ୍ୟେକ ଡୋଜ ପାଇଁ ୭୦୦ରୁ ୯୦୦ ଟଙ୍କା ଏବଂ ଭାରତ ବାୟୋଟେକ (ବିବି)ର କୋଭାକ୍ସିନ ଶଟ୍‌ ପିଛା ୧,୨୫୦-୧,୫୦୦ ଚାର୍ଜ କରୁଛନ୍ତି ଘରୋଇ ହସ୍ପିଟାଲ।

ଟିକାକରଣ ପାଇଁ ବହୁ ଦେଶରେ ଚାର୍ଜ ଦେବାକୁ ପଡ଼ୁ ନ ଥିବାବେଳେ ଭାରତରେ ହିଁ ଜନସାଧାରଣଙ୍କ ପକେଟ ଉପରେ ମାଡ଼ ହେଉଛି। କେବଳ ଏତିକି ନୁହେଁ, ଭାରତୀୟ ଘରୋଇ ହସ୍ପିଟାଲରେ ଟିକାକରଣ ପାଇଁ ବିଶ୍ୱରେ ସର୍ବାଧିକ ଚାର୍ଜ କରାଯାଉଥିବା ଜଣାପଡ଼ିଛି।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର କୋଭିଶିଲ୍ଡ ଟିକାକୁ ୧୫୦ ଟଙ୍କାରେ କିଣି ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲକୁ ଯୋଗାଉଥିଲେ। ଘରୋଇ ହସ୍ପିଟାଲକୁ ଟିକା ପ୍ରଦାନ ପାଇଁ ୧୦୦ ଟଙ୍କା ଚାର୍ଜ କରିବାକୁ ଅନୁମତି ଦିଆଯାଇଥିଲା। ଏବେ ସେମାନେ ମୁଣ୍ଡ ପିଛା ୨୫୦ରୁ ୩୦୦ ଟଙ୍କା ଚାର୍ଜ କରୁଛନ୍ତି। ଏବେ ଜିଏସ୍‌ଟି, ଟ୍ରାନ୍ସପୋଟେଶନ ଓ ଷ୍ଟୋରେଜକୁ ମିଶାଇ କୋଭିଶିଲ୍ଡ ଟିକାର ମୂଲ୍ୟ ୬୬୦ରୁ ୬୭୦ ଟଙ୍କା। ଟ୍ରାନ୍ସପୋଟେଶନବେଳେ ୫ରୁ ୬ ପ୍ରତିଶତ ଭାଙ୍ଗି ଯାଉଥିବାରୁ ଏହାର ମୂଲ୍ୟ ବୃଦ୍ଧି ହୋଇ ୭୧୦ରୁ ୭୧୫ରେ ପହଞ୍ଚୁଛି। ଆଉ ଟିକା ଦେବା ଖର୍ଚ୍ଚ ସମେତ ହାଣ୍ଡ ସାନିଟାଇଜର, ଷ୍ଟାଫଙ୍କ ବାବଦକୁ ପିପିଇ କିଟ୍‌, ବ୍ୟବହୃତ ଇଞ୍ଜେକଶନ ଓ ତାହାକୁ ନଷ୍ଟ କରିବା ଇତ୍ୟାଦିକୁ ମିଶାଇ ୧୭୦ରୁ ୧୮୦ ଟଙ୍କା ଆହୁରି ଖର୍ଚ୍ଚ ହେଉଛି। ଏହାକୁ ମିଶାଇଲେ ଟିକା ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୯୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।