BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କ୍ୟାନସର ହସ୍ପିଟାଲ ପାଇଁ ସ୍ବାକ୍ଷରିତ ହେଲା ଏମଓୟୁ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ରାଜ୍ୟ ସରକାର ଦୁଇଟି କର୍କଟ ରୋଗ ଚିକିତ୍ସା କେନ୍ଦ୍ର ପାଇଁ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ପ୍ରଥମ ଏମ୍‌ଓୟୁ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର, ସୁସ୍ମିତା ବାଗ୍‌ଚୀ ଏବଂ ଶଙ୍କର କ୍ୟାନ୍‌ସର ଫାଉଣ୍ଡେଶନ ମଧ୍ୟରେ କରାଯାଇଛି। ସେହିପରି ଦ୍ୱିତୀୟ ଏମ୍‌ଓୟୁ ବାଗ୍‌ଚୀ-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର, ସୁସ୍ମିତା ବାଗ୍‌ଚୀ ଏବଂ କରୁଣାଶ୍ରୟ ହସ୍‌ପିସ ଟ୍ରଷ୍ଟ ମଧ୍ୟରେ ସ୍ବାକ୍ଷର କରାଯାଇଛି। ବୁଧବାର ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। ଏମ୍‌ଓୟୁ ସ୍ବାକ୍ଷରକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଏଥିପାଇଁ ସେ ସୁସ୍ମିତା ବାଗ୍‌ଚୀ ଏବଂ ସୁବ୍ରତ ବାଗ୍‌ଚୀଙ୍କୁ ହସ୍ପିଟାଲ ନିର୍ମାଣ ପାଇଁ ୩୪୦ କୋଟି ଟଙ୍କାର ଅବଦାନ ଲାଗି ଅଭିନନ୍ଦନ ଜଣାଇଛନ୍ତି। ବାଗ୍‌ଚୀ ଦମ୍ପତିଙ୍କ ଏହି ମହାନ୍‌ କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଏବଂ ପାଲିଏଟିଭ କେୟାର ସେଣ୍ଟରକୁ ଧନ୍ୟବାଦ ଦେଇଛନ୍ତି। ରାଜ୍ୟ ସରକାର ହସ୍ପିଟାଲ ନିର୍ମାଣ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉକ୍ତ ହସ୍ପିଟାଲ ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏଥିସହିତ ମୋ ସ୍କୁଲ ଅଭିଯାନ ଓ ମିଶନ ଶକ୍ତି କାର୍ଯ୍ୟରେ ସ୍ବେଚ୍ଛାକୃତ ଭାବେ ସହାୟତା କରୁଥିବାରୁ ମୁଖ୍ୟମନ୍ତ୍ରୀ ବାଗ୍‌ଚୀ ଦମ୍ପତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କର ବଦାନ୍ୟତା ଓ ସେବା ମନୋଭାବ ପୁଣି ଥରେ ଚିକିତ୍ସା କ୍ଷେତ୍ରରେ ପରିଲକ୍ଷିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନର ପ୍ରତିଷ୍ଠାତା ଓ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀନାଥ ବି.ଏସ ମୁଖ୍ୟମନ୍ତ୍ରୀ ଏବଂ ବାଗ୍‌ଚୀ ଦମ୍ପତିଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। କର୍କଟ ରୋଗ ଚିକିତ୍ସା ଏକ ବ୍ୟୟବହୁଳ। ସମସ୍ତ ବର୍ଗର ଲୋକଙ୍କୁ ହସ୍ପିଟାଲ ଏକାପ୍ରକାର ସୁବିଧା ଯୋଗାଇବ ବୋଲି ସେ କହିଛନ୍ତି। ଏହି ଅବସରରେ କରୁଣାଶ୍ରୟ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ କିଶୋର ଏସ. ରାଓ କହିଛନ୍ତି, ଗରିବ ଲୋକମାନେ କର୍କଟରେ ପୀଡ଼ିତ ହେଲେ ସବୁ ଦିଗରୁ ବେସାହାରା ହୋଇଯାଆନ୍ତି। ଏଭଳି କ୍ଷେତ୍ରରେ ଏହି ଚିକିତ୍ସା କେନ୍ଦ୍ର ମୁମୂର୍ଷୁ ରୋଗୀଙ୍କ ଭାବାବେଗ ଓ ମନସ୍ତାତ୍ତ୍ୱିକ ଦିଗରେ ସେବା ଯୋଗାଇବ। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଏଏଚପିଜିଆଇସି ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥ୍‌ତ୍ଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲ୍‌କ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ।