BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ୱଣ୍ଡର ୱାର୍ଲ୍ଡରେ ପାଳିତ ହେବ ହୋଲିୟାଁ…..

ଭୁବନେଶ୍ବର: ଚଳିତ ବର୍ଷ ଓଡିଶାର ପୁରୀ ମାଳତିପାଟପୁର ସ୍ଥିତ ସର୍ବବୃହତ ୱାଟର ପାର୍କ ୱଣ୍ଡର ୱାର୍ଲ୍ଡ ହୋଲି ଉତ୍ସବକୁ ସ୍ୱତନ୍ତ୍ର ଭାବରେ ପାଳିବାକୁ ଯାଉଛି । ଏ ନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରଦ୍ୟୁମ୍ନ ମିଶ୍ର । ହୋଲି ପର୍ବ ଉପଲକ୍ଷେ ଏଠାରେ ମାର୍ଚ୍ଚ ୭ ଓ ୮ ତାରିଖ ଦୁଇଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଯାହାର ନାମ ରଖାଯାଇଛି ହୋଲିୟାଁ… । ହୋଲିୟାଁର ପ୍ରଥମ ଦିନ ଅର୍ଥାତ ମାର୍ଚ୍ଚ ୭ ତାରିଖରେ ଡିଜେ ୱାର ଅନୁଷ୍ଠିତ ହେବ । ଯାହା ଓଡିଶାରେ ପ୍ରଥମ ଥର ହେବାକୁ ଯାଉଛି । ଏଥିରେ ରାଜ୍ୟର ବଛା ବଛା ୪ ଟି ଦଳ ଭାଗ ନେବେ । ଏହା ପାର୍କ ପରିସରରେ ଥିବା ୱେଭ୍ ପୁଲ ଷ୍ଟେଜରେ ଅନୁଷ୍ଠିତ ହେବ । ଭୋଟିଂ ବ୍ୟବସ୍ଥା ମାଧ୍ୟମରେ ଏହି ୪ ଦଳ ମଧ୍ୟରୁ ଜଣଙ୍କୁ ଚାମ୍ପିୟନ ଓ ଅନ୍ୟ ଦଳକୁ ରନର୍ସ ଅପ ଭାବେ ଘୋଷଣା କରାଯିବ , ଖାଲି ସେତିକି ନୁହେଁ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ । ଚାମ୍ପିୟନ ଦଳକୁ ୨୦ ହଜାର ଓ ରନର୍ସ ଅପ ଦଳକୁ ୧୫ ହଜାର ଟଙ୍କା ଦିଆଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ସେହିପରି ଦ୍ୱିତୀୟ ଦିନ ( ମାର୍ଚ୍ଚ ୮) ରେ ୭ ତାରିଖରେ ବିଜୟୀ ତଥା ଉପବିଜୟୀ ହୋଇଥିବା ଡ଼ିଜେ ଦଳ ମଧ୍ୟରେ ପ୍ରତିଯୋଗିତା ହେବ । ଦୁଇଦଳ ମଧ୍ୟରୁ କିଏ ଚାମ୍ପିଅନ ହେବ ତାହା ମଧ୍ୟ ଭୋଟିଂ ଜରିଆରେ ନିଷ୍ପତ୍ତିି ହେବ । ଦ୍ୱିତୀୟ ଦିନରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ ଓଲିଉଡ଼ର ଦୁଇ କଣ୍ଠଶିଲ୍ପୀ ତାରିକ୍ ଅଜିଜ୍ ଓ ନାଭିଆ । ଦୁଇ କଳାକାର ସଙ୍ଗୀତର ଯାଦୁ ଦର୍ଶକଙ୍କୁ ଦେଖାଇବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସୂଚନାଯୋଗ୍ୟ, ୱଣ୍ଡର ୱାର୍ଲ୍ଡ ୱାଟର ପାର୍କ ଏବେ କେବଳ ରାଜ୍ୟ ନୂହେଁ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି । ସବୁ ବର୍ଗର ଲୋକଙ୍କ ପାଇଁ ଆକର୍ଷଣୀୟ ଅଫର ସହ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ୍ ଯୋଗାଇବାରେ ପ୍ରମୁଖ ପେଣ୍ଠସ୍ଥଳ ପାଲଟିଛି ଏହି ୱାଟର ପାର୍କ । ଏଠାରେ ଜଳକ୍ରୀଡ଼ା ସହ ରହିବା ,ଖାଇବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ୱଣ୍ଡର ୱାର୍ଲ୍ଡର ପ୍ରତିଷ୍ଠାତା ଡ.ନାରାୟଣ ପାତ୍ର , ନିର୍ଦ୍ଦେଶକ ନିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।