BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜିଠାରୁ କ୍ୱାର୍ଟର ଫାଇନାଲ

ଭୁବନେଶ୍ୱର : ଚଳିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ସ୍ପେନ୍‌ ଏବଂ ଦ୍ୱିତୀୟ କ୍ୱାର୍ଟରରେ ଗତଥରର ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ। ୨୫ ତାରିଖରେ ଅନ୍ୟ ୨ଟି କ୍ୱାର୍ଟର ଫାଇନାଲ ଏଠାରେ ଖେଳାଯିବ।
ଅଷ୍ଟ୍ରେଲିଆ ପଲା ଭାରି
ଟୁର୍ନାମେଣ୍ଟରେ ସବୁଠାରୁ ଅଧିକ ପଦକ ହାସଲ କରିଥିବା ଦଳ ହେଉଛି ଅଷ୍ଟ୍ରେଲିଆ। ଏହି ଦଳ ୧୯୮୬, ୨୦୧୦ ଓ ୨୦୧୪ରେ ଚାମ୍ପିୟନ ହୋଇଥିବାବେଳେ ୨୦୦୨ ଓ ୨୦୦୬ରେ ରନରଅପ୍‌ ଏବଂ ୧୯୭୮, ୧୯୮୨, ୧୯୯୦, ୧୯୯୪ ଓ ୨୦୧୮ରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ୍‌ ପଦକ ପାଇଥିଲା। ମୋଟ୍‌ ୧୦ଥର ପୋଡିୟମ ମଣ୍ଡନ କରିସାରିଥିବା ଅଷ୍ଟ୍ରେଲିଆ ସ୍ବାଭାବିକ ଭାବେ ସ୍ପେନ୍‌ ବିପକ୍ଷରେ ଫେଭରାଇଟ ବିବେଚିତ ହେବ। ସ୍ପେନ୍‌ କେବେ ଟାଇଟଲ ସ୍ବାଦ ଚାଖିପାରି ନ ଥିବାବେଳେ ୧୯୭୧ ଓ ୧୯୯୮ରେ ରୌପ୍ୟ ଏବଂ ୨୦୦୬ରେ ବ୍ରୋଞ୍ଜ୍‌ ପଦକ ଜିତିଛି। ରେକର୍ଡ ମଧ୍ୟ ଅଷ୍ଟ୍ରେଲିଆ ସପକ୍ଷରେ ରହିଛି। ଏହି ଦୁଇ ଦଳ ମଧ୍ୟରେ ୫୦ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇସାରିଛି। ଆଗାମୀ ମ୍ୟାଚ୍‌ ହେବ ୫୧ତମ ମୁକାବିଲା। ଏଥିମଧ୍ୟରୁ ଅଷ୍ଟ୍ରେଲିଆ ୩୩ ମ୍ୟାଚ୍‌ ଜିତିଥିବାବେଳେ ସ୍ପେନ୍‌ ୧୦ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଅନ୍ୟ ୭ଟି ଡ୍ର ରହିଛି। ୨୦୨୨ରେ ଦୁଇ ଦଳ ମଧ୍ୟରେ ହୋଇଥିବା ୩ ମୁକାବିଲାରେ ଅଷ୍ଟ୍ରେଲିଆ ୨ଟି ଏବଂ ସ୍ପେନ୍‌ ଗୋଟିଏ ଜିତିଛି। ତେଣୁ ବିଶ୍ୱର ନମ୍ବର ୱାନ୍‌ ଦଳ ଅଷ୍ଟ୍ରେଲିଆ ସପକ୍ଷରେ ରେକର୍ଡ ରହିଥିଲେ ହେଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିଲେ ୮ ନମ୍ବର ସ୍ପେନ୍‌ ମଧ୍ୟ ବିପର୍ଯ୍ୟୟ ସୃଷ୍ଟି କରିପାରିବ।
ଆଉ ଏକ ବିପର୍ଯ୍ୟୟ ସୃଷ୍ଟି ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
ପ୍ରତିଯୋଗିତାର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ। ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ୍‌ର ୨ୟ ସ୍ଥାନରେ ଥିବା ବେଲଜିୟମ ଟାଇଟଲ ବଜାୟ ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଭାରତକୁ ହରାଇବା ପରେ ନ୍ୟୁଜିଲାଣ୍ଡର ମନୋବଳ ବହୁ ଉପରେ ରହିଛି। ନିମ୍ନ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ହୋଇଥିଲେ ହେଁ ବେଲଜିୟମ ବିପକ୍ଷରେ ଏହାର ରେକର୍ଡ ବହୁତ ଭଲ। ତେଣୁ ଶ୍ରେଷ୍ଠ ପ୍ରଦର୍ଶନ କରି ଆଉ ଏକ ବିପର୍ଯ୍ୟୟ ସୃଷ୍ଟି ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ଓ ବେଲ୍‌ଜିୟମ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୩ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇସାରିଛି। ଏଥିରୁ ବ୍ଲାକ୍‌ ଷ୍ଟିକ୍‌(ନ୍ୟୁଜିଲାଣ୍ଡ) ଦଳ ୧୦ଟି ମ୍ୟାଚ୍‌ ଜିତିଥିବାବେଳେ ବେଲଜିୟମ ୯ଟିରେ ବିଜୟୀ ହୋଇଛି ଏବଂ ଅନ୍ୟ ୪ଟି ଡ୍ର ରହିଛି। ଶେଷଥର ପାଇଁ ଏହି ଦୁଇ ଦଳ ମଧ୍ୟରେ ୨୦୨୦ ପ୍ରୋ-ଲିଗ୍‌ରେ ମୁକାବିଲା ହୋଇଥିଲା। ଏଥିରେ ବେଲ୍‌ଜିୟମ ୩-୧ ଗୋଲରେ ବିଜୟୀ ହୋଇଥିଲା। ତେଣୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।