BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଐତିହାସିକ କଟକ ବାଲିଯାତ୍ରା ୨୦୨୫; ଥିମ୍ ରହିବ ‘ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ’..

ଉଭୟ ମଞ୍ଚରେ ଦର୍ଶକ ଦେଖି ପାରିବେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

କଟକ: ଐତିହାସିକ କଟକ ବାଲିଯାତ୍ରା ୨୦୨୫ ରେ କଟକ-ଇନ୍-କଟକର ଥିମ୍ ରହିବ “ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ” ବୋଲି ବୋଲି  କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍ ସିନ୍ଧେ ସୂଚନା ଦେଇଛନ୍ତି। ଅପରପକ୍ଷରେ ଏଥର ଉଭୟ ମଞ୍ଚରେ ଦର୍ଶକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖି ପାରିବେ। ବର୍ତ୍ତମାନ ସୁଦ୍ଧା ଚାରିଜଣ ବଲିଉଡ୍ କଳାକାରଙ୍କ ସାଙ୍ଗରେ ଯୋଗାଯୋଗ ହୋଇସାରିଛି। ସେମାନେ ହେଲେ ଶ୍ରେୟା ଘୋଷାଲ୍, ହର୍ଷଦୀପ ସିଂ, ହମ୍ ସୁଫି ବ୍ୟାଣ୍ଡ, ରିଷି । ଓଲିଉଡର ୧୪ ଜଣ କଳାକାରଙ୍କ ସହ ଚୁକ୍ତିନାମା ସରିଛି।  ବାଲିଯାତ୍ରାରେ ଚାରୋଟି ପ୍ରବେଶ ପଥ ଥିବାବେଳେ ପ୍ରସ୍ଥାନ ପାଇଁ ୯ଟି ସ୍ଥାନ ସ୍ଥିର କରାଯାଇଛି। ଏହାସହିତ ଜରୁରୀକାଳୀନ ପ୍ରସ୍ଥାନ ରହିବ ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍ ସିନ୍ଧେ ପ୍ରକାଶ କରିଛନ୍ତି।

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଐତିହାସିକ ବାଲିଯାତ୍ରା ପଡିଆକୁ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କରାଯାଇଛି। ଏଥିପାଇଁ ନିର୍ଦ୍ଦେଶନାମା କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଜାରି କରିଛନ୍ତି। ବାଲିଯାତ୍ରା ଗ୍ରାଉଣ୍ଡ୍‌ର ୫ କିମି ପରିଧି ପାଇଁ ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ‘ନୋ ଡ୍ରୋନ୍‌ ଜୋନ୍‌’ କଟକଣା ଜାରି ହୋଇଛି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍‌ ଗ୍ଲାଇଡର୍ସ ଉଡ଼ାଣ ମନା ହୋଇଛି। ଏହାସହିତ ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟ, ହଟ୍‌ ଏୟାର ବେଲୁନ, UAV, ଡ୍ରୋନ୍‌ ଉଡାଇବା ମଧ୍ୟ ମନା। ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି।

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ନଭେମ୍ବର ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ‘ଐତିହାସିକ ବାଲିଯାତ୍ରା କଟକ ୨୦୨୫’ ଆୟୋଜନ କରାଯାଉଛି। ଏହି ସମୟ ମଧ୍ୟରେ କଟକରେ ପ୍ରତିବର୍ଷ ୫୦ ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥାଏ। ଚଳିତବର୍ଷ ଐତିହାସିକ ବାଲିଯାତ୍ରା ମହୋତ୍ସବ ଉଭୟ ତଳ ଏବଂ ଉପର ବାଲିଯାତ୍ରା ପଡ଼ିଆରେ ୬୦ ଏକରରୁ ଅଧିକ ପରିବ୍ୟାପ୍ତ ସ୍ଥାନରେ ବିଶାଳ ଆକାରରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ, ଅନେକ ଭିଭିଆଇପି ଏବଂ ଭିଆଇପି ଅତିଥି ଐତିହାସିକ ମହୋତ୍ସବ ଦେଖିବା ପାଇଁ ଯୋଗଦେବାର ଆଶା କରାଯାଉଛି।