BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦାରିଙ୍ଗବାଡ଼ିରେ ହିନ୍ଦୁ ସମ୍ମିଳନୀ: ସାମୂହିକ ୧୦୮ ହନୁମାନ ଚାଳିଶା ପାଠ, ସମଗ୍ର ଭାରତବର୍ଷ ପାଇଁ ଶାନ୍ତି ଓ ସମୃଦ୍ଧିର କାମନା

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ଗତ ଶୁକ୍ରବାର ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହ ସମଗ୍ର ଦେଶର ମଙ୍ଗଳ କାମନା କରି ଆୟୋଜିତ ଏହି ସମ୍ମିଳନୀରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ବିଶେଷ କରି ସାମୂହିକ ଭାବେ ୧୦୮ ହନୁମାନ ଚାଳିଶା ପାଠ ଏବଂ ଯଜ୍ଞ କାର୍ଯ୍ୟକ୍ରମ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି  କରିଥିଲା।

ଶୁକ୍ରବାର ସକାଳ ୮ଟାରୁ ଅଗ୍ନିହୋତ୍ର ଏବଂ ଘୃତ ଯଜ୍ଞ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହା ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ୧୦୮ ଥର ହନୁମାନ ଚାଳିଶା ପାଠ କରିଥିଲେ। ନିଜ ଗ୍ରାମ ତଥା ସମଗ୍ର ଭାରତବର୍ଷରେ ଶାନ୍ତି, ମୈତ୍ରୀ ଏବଂ ସମୃଦ୍ଧି ପ୍ରତିଷ୍ଠା  ତଥା ରାଷ୍ଟ୍ରର ମଙ୍ଗଳ କାମନା କରାଯାଇଥିଲା। ଧାର୍ମିକ ବିଧି ପରେ ଆୟୋଜିତ ନଗର ପରିକ୍ରମା ଅଞ୍ଚଳବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଥିଲା। ଏଥିସହ ଆଧ୍ୟାତ୍ମିକ ସଙ୍ଗୀତ, ରାଷ୍ଟ୍ର ବନ୍ଦନା, ବୌଦ୍ଧିକ ଆଲୋଚନା ଏବଂ ଶାନ୍ତି ପାଠ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।

ଏହି ସମ୍ମିଳନୀକୁ ଦାରିଙ୍ଗବାଡ଼ି ମଣ୍ଡଳୀର ହିନ୍ଦୁ ସମ୍ମିଳନୀ ସଂଚଳନ ସମିତି ପକ୍ଷରୁ ସୁଚାରୁରୂପେ ପରିଚାଳନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୌରୀଶଙ୍କର ସାହୁ, ସୂର୍ଯ୍ୟ ନାରାୟଣ ସାହୁ, ଶିବ ପ୍ରସାଦ ମିଶ୍ର, ଡ଼ଃ ଅମ୍ବିକ ପ୍ରସାଦ ସତପଥୀ, ରମେଶ ଚନ୍ଦ୍ର ସାହୁ ଏବଂ ପ୍ରଶାନ୍ତ ଗନ୍ତାୟତଙ୍କ ସମେତ ଅନେକ କର୍ମକର୍ତ୍ତା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗଞ୍ଜାମ ବିଭାଗ ପ୍ରଚାରକ ବିଜୟ କୁମାର ସାମଲ ଅତିଥି ଭାବେ ଯୋଗଦେଇ ଧାର୍ମିକ ଏକତା ଉପରେ ଗୁରୁତ୍ୱାରୋପ କରି ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିଥିଲେ।