BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌: ଅଶ୍ଲୀଳ ଓ ବେଟିଂ ଭିଡ଼ିଓ ଅପଲୋଡ୍‌, Retrieve ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ସକାଳେ କିଛି ସମୟ ପାଇଁ ହ୍ୟାକ୍ ହୋଇଥିବାର ଜଣାପଡିଛି। ଆକାଉଣ୍ଟରେ ଅଶ୍ଲୀଳ ଓ ବେଟିଂ ଭିଡ଼ିଓ ଅପଲୋଡ୍‌ ହୋଇଥିଲା। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା  କିଛି ପୋଷ୍ଟ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା।

ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ତରଫରୁ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରାଯିବା ସହିତ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇ ଦିଆଯାଇଥିଲା।

ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ସକାଳେ କିଛି ସମୟ ପାଇଁ ହ୍ୟାକ୍ ହୋଇଥିବାର ଜଣାପଡିଛି। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା କିଛି ପୋଷ୍ଟ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା। ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରାଯିବା ସହିତ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇ ଦିଆଯାଇଛି।

ଉଚ୍ଚଶିକ୍ଷା ବିଭାଗ ଏହି ଘଟଣାକୁ ଗୁରୁତ୍ଵର ଭାବେ ଗ୍ରହଣ କରିବା ସହ ଏହି ସମ୍ବନ୍ଧୀୟ ଏକ ଏଫ୍‌ଆଇଆର୍ (FIR) ଦାଖଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।