BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଡ୍ରାଇଭିଂ ଟ୍ରେନିଙ୍ଗ ସ୍କୁଲକୁ ପ୍ରଦାନ କରାଯିବ ଇ-ବସ୍, ସାଧାରଣ ଯାତ୍ରୀଙ୍କଠୁ ମଗାହେବ ରୁଟ୍ ପରିବର୍ତ୍ତନ ଉପରେ ମତାମତ

ପ୍ରମୁଖ ସଚିବଙ୍କ ଆଧକ୍ଷତାରେ ଆମ ବସ୍ ସେବା ସମ୍ପର୍କିତ ଗଠିତ ଊଚ୍ଚସ୍ତରୀୟ କମିଟି ବୈଠକ

ଭୁବନେଶ୍ଵର : ଆମ ବସ୍ ସେବା ସମ୍ପର୍କିତ ଗଠିତ ଊଚ୍ଚସ୍ତରୀୟ କମିଟି କ୍ରୁଟ୍ କାର୍ଯ୍ୟାଳୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଆଧକ୍ଷତାରେ ଅନୁଷ୍ଠିତ ହୋଇ ଭାରି ଯାନ ଚଳାଚଳ ଦ୍ଵାରା ସଡ଼କବ୍ୟବହାକାରୀଙ୍କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଏବଂ ଚାଳକମାନଙ୍କ ସାମଗ୍ରୀକ ବିକାଶ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି।

ଏଥିରେ ପରିବହନ କମିଶନର ଅମିତାଭ ଠାକୁର , ଏମଡି କ୍ରୁଟ୍ ସଞ୍ଜୟ ବିଶ୍ଵାଳ ,ଡିସିପି, କମିଶନରେଟ୍ ପୁଲିସ୍ , ଟ୍ରାଫିକ ଡ଼ିସିପି ଏବଂ ଜିଏମ୍ crut ପ୍ରମୂଖ ଉପସ୍ଥିତ ଥିଲେ I ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହରେ ଆମ ବସ୍ ଗୁଡ଼ିକର ସ୍ପିଡ୍ ଲିମିଟ୍ ର ଅନୁଧ୍ୟାନ କରାଯାଇଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । କୌଣସି ଆମ ବସ୍ ଏହି ନୀୟମ ଭଙ୍ଗ କରିଥିବାର ନଜିର୍ ଆସିନାହିଁ। ବସ ଷ୍ଟପ ମାନଙ୍କରେ ଆମ ବସ ରହଣି ଉପରେ ମଧ୍ୟ ଆଲୋଚନା ହୋଇଛି I

ଡ୍ରାଇଭିଂ ଟ୍ରେନିଙ୍ଗ ସ୍କୁଲ (ଆଇଡିଟିଆର୍)କୁ ମଧ୍ଯ ଇ-ବସ୍ ପ୍ରଦାନ କରାଯିବ। ଦୈନିକ ୧୮୦ କିମି ପର୍ଯ୍ୟନ୍ତ ଟ୍ରେନିଙ୍ଗ ସ୍କୁଲ ପରିସର ମଧ୍ୟରେ ଚାଳକମାନେ ଡ୍ରାଇଭିଂ ଟ୍ରେନିଙ୍ଗ ନେଇପାରିବେ। ଏନେଇ ଆବଶ୍ୟକୀୟ ଥିବା ମଲ୍ଟି ଚାର୍ଜିଂ ଇନ୍ଫ୍ରା ଛତିଆ, ବ୍ରହ୍ମପୁର ଏବଂ ବଣାଇ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯିବାର ଯୋଜନା କରାଯାଇଛି। ଯାହାଦ୍ଵାରା ସରକାରୀ ଯାନ ସହିତ ବେସରକାରୀ ଯାନଗୁଡ଼ିକର ଚାର୍ଜିଂ ସୁବିଧା ରହିବ। ଚାରିଚକିଆ ଇଭି ଯାନଗୁଡ଼ିକୁ ମଧ୍ୟ ଚାର୍ଜିଂ କରିବାର ସୁବିଧା ପାଇପାରିବେ ଜନସାଧାରଣ।

ଜାନୁଆରୀ ୨୬ରୁ ଲାଗୁହେବ କ୍ୟାପଟେନ ଓ ଗାଇଡମାନଙ୍କ ନିମନ୍ତେ ପ୍ରୋତ୍ସାହନ ରାଶି। ଚାଳକଙ୍କ ସୁରକ୍ଷିତ ଗାଡ଼ି ଚାଳନା ଓ ବିଭିନ୍ନ ଦିଗରୁ ସେମାନଙ୍କ କାର୍ଯ୍ୟକୁ ମୂଲ୍ୟାଙ୍କନ କରି ତିନିମାସରେ ଥରେ ପ୍ରଦାନ କରାଯିବ ଏହି ରାଶି।ଫେବୃୟାରୀରୁ ଆରମ୍ଭ ହେବ ଆମ ବସ୍ ରୁଟରେ ଜନ ସାଧାରଣଙ୍କ ସହଭାଗିତା , ସାମାଜିକ ଗଣମାଧ୍ୟମରୁ ସାଧାରଣ ଯାତ୍ରୀଙ୍କଠୁ ମଗାହେବ ରୁଟ୍ ପରିବର୍ତ୍ତନ ଉପରେ ମତାମତ।

ସେପରି ସୁବାହକ ଟ୍ରେନିଙ୍ଗର ସମୟ ସୀମା ତିନି ଦିନରୁ ପାଞ୍ଚ ଦିନକୁ ବୃଦ୍ଧି କରାଯାଇଛି। ଯାହାଦ୍ୱାରା ଚାଳକମାନେ ଅଧିକ ସମୟ ଓ ଅଧିକ ଦୂରତା ପର୍ଯ୍ୟନ୍ତ ଭାରି ମୋଟର ଯାନ ଚାଳନା ଟ୍ରେନିଂ ଗ୍ରହଣ କରିପାରିବେ। ସେଥିରେ ସାଇକୋମାଟ୍ରିକ ପରୀକ୍ଷା, ଇନ୍ ବିଟର୍ସ, ଲେନ ଡ୍ରାଇଭିଂ, ଚାଳକ ମାନଙ୍କର ନିଜସ୍ୱ ମୁଲ୍ୟାଙ୍କନ ଉପରେ ଅଧିକ ଧ୍ୟାନ ଦିଆଯିବ। ସେପରି ଇ-ବସ୍ ଚାଳନା ପ୍ରଶିକ୍ଷଣ ନିମନ୍ତେ ଟ୍ରେନିଙ୍ଗ ସ୍କୁଲ୍ ମାନଙ୍କରେ ସିମୁଲେଟର୍ ବ୍ୟବସ୍ଥା କରାଯିବ।

ଯାତ୍ରୀ ମାନଙ୍କ ସୁରକ୍ଷା ଓ ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଚଳାଚଳ ହୋଇସାରିଥିବା ପୁରୁଣା ବିପିଟିସିଏଲ୍ ର ୩୦ଟି ପୁରୁଣା ବସ୍ ଗୁଡ଼ିକୁ ସ୍କ୍ରାପିଂ କରାଯିବ। ଏହା ବଦଳରେ କଟକ ଓ ଭୁବନେଶ୍ବରରେ ରାସ୍ତାକୁ ଦେଖି ଛୋଟ ଇ-ବସ୍ ଜନ ସାଧାରଣଙ୍କ ନିମନ୍ତେ ଯୋଡ଼ିହେବ।

ପ୍ରକାଶ ଥାଉକି ଆମ ବସ ଦୁର୍ଘଟଣାକୁ ଦୃଷ୍ଟିରେ ରାଖୀ ପ୍ରମୁଖ ସଚିବ ଶ୍ରୀମତୀ ପାଢୀଙ୍କ ଆଧକ୍ଷତାରେ ଏକ ଊଚ ସ୍ତରୀୟ କମିଟୀ ଗଠନ କରାଯାଇ ପ୍ରତି ୧୫ ଦିନରେ ଆମବସ ଚଳାଚଳ ସମ୍ପର୍କରେ ସମୀକ୍ଷା କରାଯିବା ନିମନ୍ତେ ନିସ୍ପତି ଅନୁଯାଇ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିଲା I