BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ହୃଦରୋଗ ଠାରୁ ଦୁରେଇ ରହିବାର ଉପାୟ ଜାଣନ୍ତୁ।

ହୃଦ୍‌ଘାତଠାରୁ ନିଜକୁ ଦୂରେଇ ରଖିବାର ଏକ ସରଳ ଉପାୟ ରହିଛି। ଏଥିପାଇଁ ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ‘ସି’କୁ ସାମିଲ କରିବାକୁ ୟୁନିଭର୍ସିଟି ଅଫ୍‌ ଲଣ୍ଡନର ହୃଦ୍‌ରୋଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ସେମାନଙ୍କ ମତରେ ଭିଟାମିନ୍‌ ‘ସି’ ହେଉଛି ଏପରି ଏକ ଆଣ୍ଟିଅକ୍ସିଡାଣ୍ଟ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ଆମେ ସମ୍ମୁଖୀନ ହେଉଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାଗୁଡିକ ମଧ୍ୟରୁ ହୃଦ୍‌ଘାତ ଅନ୍ୟତମ। ଅବଶ୍ୟ ଆଜିକାଲି ଏହାର ଉପଚାର ସମ୍ଭବ ହେଲାଣି। ଯଦି ପରିସ୍ଥିତି ଜଟିଳ ହୁଏ, ତେବେ ହୃଦ୍‌ରୋଗୀ ମୃତ୍ୟୁବରଣ କରିବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ପ୍ରକାଶିିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦି ଆମେ ଭିଟାମିନ୍‌ ‘ସି’ଯୁକ୍ତ ଫଳମୂଳ ଏବଂ ଖାଦ୍ୟ ଖାଉ ତେବେ ହୃଦ୍‌ଘାତ ଆଶଙ୍କା କେତେକାଂଶରେ କମିଯାଇଥାଏ। ତେଣୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ଏପରି ଖାଦ୍ୟକୁ ସାମିଲ କରିବାକୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।