BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସୁସ୍ଥ ମାତୃତ୍ୱ ପାଇଁ ସୁସ୍ଥ ମାନସିକ ଓ ଶାରୀରିକ ଗଠନ ଆବଶ୍ୟକ

ଭୁବନେଶ୍ୱର : ସୁସ୍ଥ ମା’ଟିଏ ହେବା ପାଇଁ ଜଣେ କନ୍ୟା ସଠିକ୍ ବୟସରେ ବିବାହ କରିବା ଉଚିତ୍। ଉପଯୁକ୍ତ ବୟସ ଅବଧି ଠାରୁ କମ୍ କିମ୍ବା ଅଧିକ ବୟସରେ ବିବାହ କରି ମାତୃତ୍ୱ ଲାଭ କରିବା ଉଭୟ ମା’ ଓ ଶିଶୁ ପ୍ରତି ବିପଦ ଥାଏ। ମାନସିକ ଓ ଶାରୀରିକସ୍ତରରେ ସୁସ୍ଥ ରହିବା ପାଇଁ ବିବାହ ପୂର୍ବରୁ ବାପା, ମା’ ବିବାହ ପରେ ଶାଶୁଘର ଲୋକେ କନ୍ୟାର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ।

ମା’ ହେବା ପାଇଁ ଇଚ୍ଛା କରୁଥିବା ମହିଳାମାନେ ନିଜେ ଶାରୀରିକ ଓ ମାନସିକ ସ୍ତରରେ ନିଜକୁ ଉପଯୁକ୍ତ ରଖିବା ଆବଶ୍ୟକ। ଗର୍ଭଧାରଣ ଅବଧି କାଳରେ କିପରି ଜଣେ ମହିଳା ପାଇଁ ସୁଷମ ଖାଦ୍ୟ, ଡାକ୍ତରଙ୍କ ପରାମର୍ଶ, ଔଷଧ ସେବନ, ଶାରୀର ପରୀକ୍ଷା ଆଦିର ଆବଶ୍ୟକତା ଅଛି। ଭୁବନେଶ୍ୱରରୁ ପ୍ରକାଶିତ ପାକ୍ଷିକ ଖବର କାଗଜ ଅରଭାନୀ ସମୟ ଓ ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନର ମିଳିତ ଉଦ୍ୟମରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ଡ. ରିତାଞ୍ଜଳି ମିଶ୍ର ‘ସୁସ୍ଥ ପ୍ରାରମ୍ଭ ଆଶାନ୍ୱିତ ଭବିଷ୍ୟତ’ ବିଷୟରେ ବିଷଦ ଭାବେ ନିଜର ଅଭିଭାଷଣ ରଖିବା ସହ ଗର୍ଭବତୀ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ନିଜର ମତ ରଖିଥିଲେ।

ନାରାୟଣ ସେବା ଫାଉଣ୍ଡେସନର ସଭାପତି ଶିବନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାହିତ୍ୟିକା ଶ୍ରୀମତୀ ଇନ୍ଦିରା ମିଶ୍ର, ଶ୍ରୀମତୀ ସମିତା ମହାରଣା ସୁସ୍ଥ ମାତୃତ୍ୱ ପାଇଁ ଆବଶ୍ୟକ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିôବା ବେଳେ ସାହିତ୍ୟିକା ଶ୍ରୀମତୀ ମନୋରମା ମିଶ୍ର, ତରୁଣବାଳା ମହାପାତ୍ର, କବି କଣ୍ଡୁରୀ ଚରଣ ନାୟକ ପ୍ରମୁଖ ସୁସ୍ଥ ଶାରୀରିକ ଓ ମାନସିକ ଗଠନ ନିମିତ ଯୋଗ, ପ୍ରାଣାୟମ, ବ୍ୟାୟାମ, ଆଧ୍ୟାତ୍ମିକ, ବୈଦିକ ରୀତିନୀତି ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। କବି ପ୍ରିୟ ରଞ୍ଜନ ସାହୁଙ୍କ ସଂଯୋଜନାରେ ସ୍ୱାସ୍ଥ୍ୟ ବିଷୟକ ଏକ କବିତା ଆସରର ଆୟୋଜନ ହୋଇଥିଲା। ରମେଶ କୁମାର ମହାପାତ୍ର କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।