BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବାତ୍ୟା ‘ମୋନ୍ଥା’ର ମୁକାବିଲା: ଡାକ୍ତର ଫାର୍ମାସିଷ୍ଟ ଏବଂ ସ୍ଵାସ୍ଥ୍ୟକର୍ମୀମାନେ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ସଜାଗ ଓ ସକ୍ରିୟ

ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ର ମୁକାବିଲା ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଜିଲ୍ଲା ଚିକିତ୍ସାଳୟ, ମେଡ଼ିକାଲ କଲେଜ୍ ଓ ହସପିଟାଲ ଏବଂ ବିଭିନ୍ନ ସ୍ତରରେ ଥିବା ହସ୍ପିଟାଲ ଓ ସ୍ଵାସ୍ଥ୍ୟକେନ୍ଦ୍ର ମାନଙ୍କର ପ୍ରସ୍ତୁତି ବିଷୟରେ ସୋମବାର ସନ୍ଧ୍ୟାରେ ବିଭାଗୀୟ ଶାସନ ସଚିବ ଅଶ୍ୱତୀ ଏସ. ଭିଡିଓ କନଫରେନସିଂ ମାଧ୍ୟମରେ ସମୀକ୍ଷା କରିଥିଲେ।

ଆସନ୍ନପ୍ରସବା ମହିଳାମାନଙ୍କୁ ମାତୃ ଗୃହ, ସ୍ଵାସ୍ଥ୍ୟକେନ୍ଦ୍ର ଓ ହସପିଟାଲମାନଙ୍କୁ ସ୍ଥାନାନ୍ତର, ହସପିଟାଲମାନଙ୍କରେ ଡି.ଜି ସେଟ୍, ଇନଭଟର ସ୍ଥାପନ, ଯଥେଷ୍ଟ ପରିମାଣର ଔଷଧ, ସାପ କାମୁଡା ଇଞ୍ଜେକସନ, ସାଲାଇନ ଓ ଓ.ଆର୍.ଏସ, ହାଲୋଜେନ ବଟିକା, ବ୍ଲିଚିଂ ପାଉଡର ଏବଂ ଅନେକ ଜୀବନ ରକ୍ଷାକାରୀ ଔଷଧ ମହଜୁଦ, ଆମ୍ବୁଲାନ୍ସ ପାଇଁ ଆବଶ୍ୟକୀୟ ଡିଜେଲ ତେଲ, ରୋଗୀମାନଙ୍କ ନିମନ୍ତେ ଆବଶ୍ୟକୀୟ ପଥି ଓ ଶୁଖିଲା ଖାଦ୍ୟ ଆଦିର ଆଗୁଆ ମହଜୁଦ, ଆବଶ୍ୟକୀୟ ମାନବ ସମ୍ବଳ ମୃତୟନ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ନିଜ ନିଜ ଅଞ୍ଚଳର ପ୍ରସ୍ତୁତି ବିଷୟରେ ବାସ୍ତବ ସ୍ଥିତି ଜଣାଇଥିଲେ।

ସମୀକ୍ଷାରୁ ଜଣାପଡିଥିଲା ଯେ, ବାତ୍ୟା ‘ମୋନ୍ଥା’ରେ ବିଶେଷ ପ୍ରଭାବିତ ହେବାକୁ ଥିବା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି , ନବରଙ୍ଗପୁର, କନ୍ଧମାଳ ଆଦି ୮ଟି ଜିଲ୍ଲା ସହ ଅରେଞ୍ଜ ୱାର୍ଣିଂ ଏବଂ ୟେଲୋ ୱାର୍ଣିଂ ଥିବା ଜିଲ୍ଲା ମାନଙ୍କରେ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ସମସ୍ତ ଡାକ୍ତର ଫାର୍ମାସିଷ୍ଟ ଏବଂ ସ୍ଵାସ୍ଥ୍ୟକର୍ମୀମାନେ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ସଜାଗ ଓ ସକ୍ରିୟ ଅଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ତୁରନ୍ତ ସହାୟତା ନିମନ୍ତେ ରାପିଡ ଆକ୍ସନ ଟିମ୍ ଗଠନ କରାଯାଇଛି ଏବଂ ସେମାନଙ୍କୁ ଗାଡ଼ି, ସରଞ୍ଜାମ ଓ ସହାୟକ ଆଦି ଯୋଗାଇ ଦିଆଯାଇଛି।

ସୋମବାର ଅପରାହ୍ନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୪୫୧୧ ଜଣ ଆସନ୍ନ ପ୍ରସବା ମହିଳାମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ସହ ସ୍ଵାସ୍ଥ୍ୟକର୍ମୀମାନେ ସିଧାସଳଖ ଯୋଗାଯୋଗରେ ଅଛନ୍ତି । ଏମାନଙ୍କ ମଧ୍ୟରେ ରେଡ ୱାର୍ଣିଂଥିବା ୮ଟି ଜିଲ୍ଲାର ୩୮୨୩ ମହିଳା ଅନ୍ତର୍ଭୁକ୍ତ । ତଳୁଆ, ସମ୍ବେଦନଶୀଳ ଏବଂ ଅତ୍ୟଧିକ ବର୍ଷା ହେତୁ ରାସ୍ତା ସଂଯୋଗ ବିଚ୍ଛିନ୍ନ ସମ୍ଭାବନା ଥିବା ସ୍ଥାନ ଗୁଡିକରୁ ସୋମବାର ସନ୍ଧ୍ୟା ସୁଦ୍ଧା ୧୦୭୩ ଜଣ ମହିଳାଙ୍କୁ ମାତୃଗୃହ ଏବଂ ସ୍ଵାସ୍ଥ୍ୟକେନ୍ଦ୍ରମାନଙ୍କୁ ସ୍ଥାନାନ୍ତର କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରୁ ଚିହ୍ନିତ ମହିଳାମାନଙ୍କର ଶତ ପ୍ରତିଶତ ସ୍ଥାନାନ୍ତର ନିଶ୍ଚିତ କରିବାକୁ ଶାସନ ସଚିବ ଅଶ୍ଵତୀ ଏସ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନାନ୍ତର ହୋଇଥିବା ମହିଳାମାନଙ୍କ ମଧ୍ୟରୁ ୨୦୨ ଜଣ ନିରାପଦ ମାତୃତ୍ଵ ଲାଭ କରିଛନ୍ତି। ଜିଲ୍ଲା ଜରୁରୀକାଳୀନ ୟୁନିଟ ସହ ବରାବର ଯୋଗାଯୋଗ କରି ଆବଶ୍ୟକୀୟ ସ୍ଥାନମାନଙ୍କରେ ଆଗୁଆ ଆମ୍ବୁଲାନ୍ସ ସବୁ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ମେଡିକାଲ କଲେଜ୍ ଓ ହସପିଟାଲ ଗୁଡିକର ସୁପରିଟେଣ୍ଡମାନଙ୍କୁ ପୂର୍ଣ୍ଣ ପ୍ରସ୍ତୁତ ରହିବା ଏବଂ ସେମାନଙ୍କ ପାଖାପାଖି ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଯେଉଁ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିଷ୍ଠାର ସହ ଭଲ କାମ କରୁଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ବିଷୟରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟମାନଙ୍କୁ ଜଣାଇବା ପାଇଁ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। କୌଣସି ଆକସ୍ମିକ ସ୍ଥିତିର ମୁକାବିଲା ନିମନ୍ତେ ପ୍ରତି ଜିଲ୍ଲାକୁ ୨ ଲକ୍ଷ ଟଙ୍କାର ଜରୁରୀକାଳୀନ କଣ୍ଟିଯେନ୍ସି ଫଣ୍ଡ ଯୋଗାଇ ଦିଆଯାଇଛି ବୋଲି ବୈଠକରେ ଆଲୋଚନାରୁ ଜଣାପଡିଥିଲା । ଆବଶ୍ୟକୀୟ ସ୍ଥଳେ ଅଧିକ ମାନବ ସମ୍ବଳ ଓ ଔଷଧ ପତ୍ର ଆଦି ସଂପୃକ୍ତ ଅଂଚଳକୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଥିଲା।

ସ୍ଵତନ୍ତ୍ର ଶାସନ ସଚିବ ଡ଼ାକ୍ତର ବିଜୟ କୁମାର ମହାପାତ୍ର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସମେତ ବିଭିନ୍ନ ସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।