BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଦଘାଟନ ହେଲା ହେଲଥ୍ ଏଟିଏମ, ୧୦୦ରୁ ଅଧିକ ଆବଶ୍ୟକ ପରୀକ୍ଷା ସହିତ ତ୍ଵରିତ ରିପୋର୍ଟର ବ୍ୟବସ୍ଥା

ଭୁବନେଶ୍ୱର: ନିମାପଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କରକମଳରେ ଏକ ଅତ୍ୟାଧୁନିକ ଡିଜିଟାଲ ହେଲଥ୍ କିଓସ୍କ – ସ୍ଵୟମ ହେଲଥ୍ ଏଟିଏମ ଉଦଘାଟନ କରାଯାଇଛି ।

ଏହି ଏଟିଏମ ସ୍ୱୟମ ଘରୋଇ ଅନୁଷ୍ଠାନ ଦ୍ୱାରା ସ୍ଥାପନ କରାଯାଇଛି। ଏହି ହେଲଥ ଏଟିଏମ ମାଧ୍ୟମରେ ଉପାନ୍ତ ଅଞ୍ଚଳର ଅଧିବାସୀମାନେ ତ୍ଵରିତ, ଶସ୍ତା ଓ ସଠିକ ନିଦାନ(diagnostic) ସେବା ପାଇପାରିବେ । ଏହି ହେଲଥ ଏଟିଏମ ରାଜ୍ୟ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଜାଗରଣ ସୃଷ୍ଟି କରିବ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଏହି ହେଲଥ ଏଟିଏମ ମାଧ୍ୟମରେ ୧୦୦ରୁ ଅଧିକ ଆବଶ୍ୟକ ସ୍ୱାସ୍ଥ୍ୟସେବା ଜଡ଼ିତ ପରୀକ୍ଷା ସହିତ ତ୍ଵରିତ ରିପୋର୍ଟ ମିଳିପାରିବ।