BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରଘୁନାଥପୁରରେ ଏଚଡିଏଫସି ବ୍ୟାଙ୍କର ନୂଆ ଶାଖା

ଭୁବନେଶ୍ବର: ନନ୍ଦନକାନନ ସ୍ଥିତ ରଘୁନାଥପୁରରେ ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ ଏହି ଶାଖାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଏଚଡିଏଫସି ହେଉଛି ସବୁଠୁ ଉତ୍କୃଷ୍ଟ ସେବା ଯୋଗାଉଥିବା ବ୍ୟାଙ୍କ। ଯୁବବର୍ଗଙ୍କୁ ଏଠାରେ ପ୍ରାଧାନ୍ୟ ଦିଆଯାଇଛି। ଏଠାରେ ନୂତନ ଶାଖା ହେବା ଦ୍ବାରା ଆଖ ପାଖ ଅଞ୍ଚଳର ଲୋକେ ଉପକୃତ ହୋଇପାରିବେ। ସମ୍ମାନିତ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ।
ସିନିୟର ଭାଇସ ପ୍ରେସିଡେଣ୍ଟ ତଥା ଓଡିଶା ଜୋନ୍’ର ଜୋର୍ନାଲ ମୁଖ୍ୟ ଦୀପକ କୁମାର ସିଂ କହିଛନ୍ତି ଯେ ଓଡିଶାର ଏହା ୧୮୮ତମ ଶାଖା ହୋଇଥିବା ବେଳେ ଭୁବନେଶ୍ବରର ଏହା ୩୨ ତମ ଶାଖା। ଲୋକମାନଙ୍କ ସେବା କରିବାକୁ ଆଉ ଥରେ ସୁଯୋଗ ମିଳିଲା। ସବୁ ବର୍ଗର ଲୋକଙ୍କୁ ଆମେ ସେବା ଯୋଗାଇଦେବୁ। ଏଠାରେ ଗୃହ, ସୁନା ଋଣ ସହ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ ହେବ। ଅନ୍ୟମାନଙ୍କ ମଧ୍ୟରେ କଷ୍ଟର ମୁଖ୍ୟ ଦେବେନ୍ଦ୍ର ଜେନା ଓ ଶାଖା ପରିଚାଳକ ତାରିଣୀ ପ୍ରସାଦ ଦାଶ ଉପସ୍ଥିତ ଥିଲେ।