BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ଵାମୀ।

ହରିଦ୍ୱାର,୨୨ ।୧: ଆସନ୍ତାକାଲି ଉତ୍ତରଖଣ୍ଡ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି । ୨୪ ଜାନୁୟାରୀରେ ସୃଷ୍ଟି ଏହି ଦାୟିତ୍ୱ ନେବେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତଙ୍କ ମଞ୍ଜୁରୀ ପରେ ସୃଷ୍ଟିଙ୍କୁ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବ । ଦେଶରେ ପ୍ରଥମଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଥିବା ଅବସ୍ଥାରେ ଅନ୍ୟ ଜଣଙ୍କୁ ସେହି ଦାୟିତ୍ୱ ଦିଆ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ ହରିଦ୍ୱାର ବାହାଦୂରବାଦ ବ୍ଲକର ଦୌଲତପୁର ଗାଁର ନାମ ଇତିହାସରେ ସ୍ଥାନ ପରାଇବାକୁ ଯାଉଛି । ସୃଷ୍ଟି ଗୋସ୍ୱାମୀଙ୍କୁ ବାଳିକା ଦିବସ ଅବସରରେ ୨୪ ଜାନୁୟାରୀରେ ଗୋଟିଏ ଦିନ ଲାଗି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବ । ଏହି ସମୟରେ ସେ ଉତ୍ତରାଖଣ୍ଡର ବିକାଶ କାର୍ଯ୍ୟର ସମିକ୍ଷା କରିବେ ଏହାସହ ୧୨ ବିଭାଗର ଅଧିକାରୀ ବିଭାଗୀୟ ଯୋଜନା ଉପରେ ୫-୫ ମିନିଟର ପ୍ରେଜେଣ୍ଟେଶନ ଦେବେ । ସୃଷ୍ଟିଙ୍କ ପିତା ଏକ ତେଜରାତି ଦୋକାନ କରିଥିବା ବେଳେ ମା’ ଜଣେ ଗୃହିଣୀ । ଝିଅକୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଯାଉଥିବାରୁ ଉଭୟ ଖୁବ୍ ଗର୍ବିତ ବୋଲି କହିଛନ୍ତି । ଏହାପୂର୍ବରୁ ମଧ୍ୟ ୨୦୧୮ରେ ସୃଷ୍ଟି ବାଲ ବିଧାନସଭା ସଙ୍ଗଠନର ବାଲ ବିଧାୟକ ଭାବେ ବଛା ଯାଇଥିଲେ ।