BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସିଆରପିଏଫ୍ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର : ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ଲରମ୍ଭା ପୋଲିସ ସୀମା ଅନ୍ତର୍ଗତ ଘାସିଏନ୍ ଗାଁ ନିକଟରେ ଏକ ଗଛରେ ଜଣେ ସିଆରପିଏଫ୍ ଯବାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳିଛି ଓ ମୃତକ ସେହି ଗ୍ରାମର ବଲ୍ଲଭ ଭୋଇଙ୍କ ପୁଅ ଗଣେଶ ରାମ ଭୋଇ ବୋଲି ଜଣାପଡ଼ିଛି।

ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି  । ଗଣେଶ ରାମଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟାକରି ରଶିରେ ଝୁଲାଇ ଦିଆଯାଉଥିବା ଅଭିଯୋଗ କରିଚନ୍ତି ପରିବାର ଲୋକ। ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପରିବାର ଲୋକେ ଅଭିଯୋଗ କରିଥିବା ବେଳେ, ଲରମ୍ଭା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି  । ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସାଇଣ୍ଟିଫିକ୍ ଟିମ୍ ପକ୍ଷରୁ ଛାନବିନ ଆରମ୍ଭ ହୋଇଛି।

ଗଣେଶ ରାମ ଝାଡ଼ଖଣ୍ଡରେ ପୋଷ୍ଟିଂ ହୋଇଥିବାବେଳେ ସେ ଛୁଟିରେ ଘରକୁ ଆସିଥିଲେ। ସୂଚନା ଅନୁଯାୟୀ, ମେ’ ୧୬ରେ ତାଙ୍କ ଡ୍ୟୁଟି ସ୍ଥାନକୁ ଫେରିବା ସମୟରେ ଏକ ଫୋନ୍ କଲ୍ ପାଇ ସେ ନିଖୋଜ ହୋଇଯାଇଥିଲେ। ଶନିବାର ତାଙ୍କ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ଦାଖଲ କରାଯାଇଥିଲା।

ରବିବାର ସକାଳେ, ନିତ୍ୟକର୍ମ ପାଇଁ ବାହାରକୁ ଯାଉଥିବା ସମୟରେ ଗାଁ ଲୋକେ ଗଣେଶ ରାମଙ୍କ ମୃତଦେହ ଗାଁ ନିକଟ ଏକ ନିମ୍ବ ଗଛରେ ଝୁଲୁଥିବା ଦେଖିଥିଲେ। ପରିବାର ସଦସ୍ୟମାନେ ଆଣ୍ଠୁ ତଳେ ଆଘାତ ଚିହ୍ନ ରହିଥିବାରୁ ଭକ୍ତରାମଙ୍କୁ ହତ୍ୟା ସନ୍ଦେହ କରିଛନ୍ତି। କାରଣ ପ୍ରେମ ସମ୍ପର୍କକୁ ନେଇ ପୂର୍ବରୁ ତାଙ୍କୁ ଧମକ ଦିଆଯାଇଥିଲା ବୋଲି ସେମାନେ କହିଛନ୍ତି ।

“ଏହା ଆତ୍ମହତ୍ୟା ନୁହେଁ। ତାଙ୍କୁ ପୂର୍ବରୁ ଧମକ ଦିଆଯାଉଥିଲା। ଆମେ ବିଶ୍ୱାସ କରୁଛୁ ଯେ ଏହା ଏକ ପୂର୍ବ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତକଙ୍କ ବାପା ଦୁଲ୍ଲଭ ଭୋଇ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

ରିପୋର୍ଟ: ଶୁଭସ୍ମିତା ପ୍ରଧାନ