BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ତୋଷାଳି ସ୍ବଦେଶୀ ମେଳାରେ ହସ୍ତତନ୍ତ ଫ୍ୟାଶନ୍ ଶୋ: ରନୱେରେ ଝଲସିଲା ଓଡ଼ିଶାର ଐତିହ୍ୟ

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ୨୦ତମ ଭବ୍ୟ ତୋଷାଳୀ ସ୍ୱଦେଶୀ ମେଳା ପରିସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଏକ ଆକର୍ଷଣୀୟ ହସ୍ତତନ୍ତ ଫ୍ୟାଶନ୍ ଶୋ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ସମୃଦ୍ଧ ବୟନ କଳାକୁ ଆଧୁନିକ ମଞ୍ଚରେ ଉପସ୍ଥାପନ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମଟି ଚଳିତ ବର୍ଷ ମେଳାର ମୁଖ୍ୟ ଆକର୍ଷଣ ପାଲଟିଥିଲା।

ପରମ୍ପରା ଓ ଆଧୁନିକତାର ସମନ୍ୱୟ:

ଏହି ରନୱେରେ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ପାରମ୍ପରିକ ବୟନ ଶୈଳୀର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା। ବିଶେଷ କରି କୋଟପାଡ଼, ସମ୍ବଲପୁରୀ ଇକତା, ବୋମକାଇ, ପସାପଲ୍ଲି, ନୁଆପଟଣା ଏବଂ ବରମପୁର ପଟ୍ଟ ଭଳି ପାରମ୍ପରିକ ସାଡ଼ି ସହିତ ଆଧୁନିକ ଫ୍ୟୁଜନ୍ ଶୈଳୀର ପୋଷାକ, ନୂତନ ଡିଜାଇନ୍‌ର ଗାର୍ମେଣ୍ଟ୍‌ସ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପ୍ରତ୍ୟେକ ପରିଧାନରେ ଓଡ଼ିଆ ପରମ୍ପରା, ସ୍ୱତନ୍ତ୍ର ପରିଚୟ ଏବଂ ବୁଣାକାରଙ୍କ କୌଶଳର ଛାପ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା।

ସୃଜନଶୀଳ ଡିଜାଇନ୍‌ର ପ୍ରଦର୍ଶନ:

ଏହି ଶୋ’ରେ ରିମ୍ଲି, ଏନ୍‌ଆଇଏଫ୍‌ (NIF), ସିଞ୍ଜିନୀ, ଲୟାତ୍ମିକା, ପ୍ରିୟା ମହାପାତ୍ର, ଆର୍ଟିସିଆନ୍‌, ବିନୟ ମୁଣ୍ଡା ଏବଂ ୱିଭର୍‌ସଙ୍କ ଦ୍ୱାରା ପ୍ରସ୍ତୁତ ସୃଜନଶୀଳ ଡିଜାଇନ୍‌ ସ୍ଥାନ ପାଇଥିଲା। ସେମାନଙ୍କ ଶ୍ରମ ଓ ଚିନ୍ତାଧାରା ଓଡ଼ିଶାର ପାରମ୍ପରିକ ବସ୍ତ୍ରକୁ ବିଶ୍ୱସ୍ତରୀୟ ଫ୍ୟାଶନ୍ ଦୁନିଆରେ ଏକ ନୂଆ ମାନ୍ୟତା ପ୍ରଦାନ କରିବାରେ ସଫଳ ହୋଇଛି।

କୃତୀ ବୁଣାକାରଙ୍କୁ ସମ୍ମାନ:

ଏହି ଅବସରରେ ଓଡ଼ିଶାର ଗୌରବ ବୃଦ୍ଧି କରିଥିବା ତଥା ଜାତୀୟ ସ୍ତରରେ ପୁରସ୍କୃତ ପ୍ରସିଦ୍ଧ ବୁଣାକାରମାନଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଶ୍ରୀ ଭକ୍ତରାଜ ମେହେର, ଶ୍ରୀ ଆର୍‍. କେ. ମେହେର, ଶ୍ରୀ ଭିକାରୀ ମେହେର, ଶ୍ରୀ ହରିଶଙ୍କର ମେହେର, ଶ୍ରୀ ଉତ୍ତମ ମେହେର ଓ ଶ୍ରୀ ଅରିନ୍ଦ୍ର ମେହେର ସାମିଲ ଥିଲେ। ସେମାନଙ୍କ ଅସାଧାରଣ କାରୁକାର୍ଯ୍ୟ ଓ ସୃଜନଶୀଳତା ଓଡ଼ିଶାର ହସ୍ତତନ୍ତ ଶିଳ୍ପକୁ ଦେଶ ବିଦେଶରେ ପ୍ରତିଷ୍ଠିତ କରିଛି।