BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବାତ୍ୟା ବିପଦ ଟଳିଲା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବାତ୍ୟା ‘ଗୁଲାବ’କୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ଆକଳନ କରାଯାଉଥିଲା, ସେତେଟା ପ୍ରଭାବ ଦେଖିବାକୁ ମିଳିଲା ନାହିଁ। ୭୫ରୁ ୮୫ କି.ମି. ବେଗରେ ପବନ ବୋହିବ ଓ ସର୍ବାଧିକ ୯୫ କି.ମି. ରହିବା ସହ ପ୍ରବଳ ବର୍ଷା ହେବ ବୋଲି ପୂର୍ବରୁ କୁହାଯାଇଥିଲା। କିନ୍ତୁ ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ ବି ବର୍ଷା, ପବନ ସେପରି ଅଧିକ ନ ଥିଲା। ଅଧିକ ପ୍ରଭାବିତ ହେବାକୁ ଥିବା ଗଞ୍ଜାମ ଓ ଗଜପତି ଜିଲାରେ ମଧ୍ୟ ସେହି ପରିମାଣରେ ବର୍ଷା ହୋଇ ନ ଥିଲା। ଫଳରେ ଓଡ଼ିଶା ପ୍ରତି ଯେଉଁ ବାତ୍ୟା ବିପଦ ରହିଥିଲା ତାହା ଟଳିଯାଇଛି। ତେବେ ସୋମବାର ପ୍ରବଳ ବର୍ଷା ନେଇ ୭ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ।

ବ୍ୟାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଥିଲେ। ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରବିବାର ସନ୍ଧ୍ୟା ସୁଦ୍ଧା ୧୬ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏମାନଙ୍କ ମଧ୍ୟରେ ୬୦୦ଜଣ ଗର୍ଭବତୀ, ବୃଦ୍ଧ ଓ ଦିବ୍ୟାଙ୍ଗ ଥିଲେ। ସେହିପରି ଗୋପାଳପୁର ବନ୍ଦର ପାଇଁ ୭ ନଂ. ବିପଦ ସଙ୍କେତ, ପୁରୀ ପାଇଁ ୬ ଓ ପାରାଦୀପ ଏବଂ ଧାମରା ବନ୍ଦରଗୁଡ଼ିକ ପାଇଁ ୩ ନଂ. ବିପଦ ସଙ୍କେତ ଜାରି କରାଯାଇଥିଲା।

ପୂର୍ବ ଆକଳନ ଅନୁସାରେ, ରବିବାର ସନ୍ଧ୍ୟା ୬ଟାରୁ ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ରାତି ୯ଟାରୁ ସାଢ଼େ ୯ଟା ମଧ୍ୟରେ ଆନ୍ଧ୍ର ପ୍ରଦେଶର କଳିଙ୍ଗପାଟ୍ଟନମ୍‌ଠାରୁ ୨୫ କିମି ଦୂର ଟେକାଲି ଓ ମୋରିଗୁଡ଼ା ମଝିରେ ଲ୍ୟାଣ୍ଡଫଲ୍‌ କରିଥିବା ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସୂଚନା ଦେଇଥିଲେ। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ ଗଜପତି ଜିଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଏହାସହ ୩୦ରୁ ୪୦ କି.ମି. ବେଗରେ ପବନ ବୋହିଥିଲା। ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି ସମେତ ଆଖପାଖ ଜିଲାରେ ସାମାନ୍ୟ ବର୍ଷା ଲାଗି ରହିଥିଲା। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ, ବାତ୍ୟାର କ୍ଲାଉଡ଼ ବ୍ୟାଣ୍ଡ୍‌ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁବାବେଳେ ପୁରୀରେ ଘଣ୍ଟା ପ୍ରତି ୩୧ କି.ମି. ଓ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କି.ମି. ବେଗରେ ପବନ ବୋହୁଥିଲା। ତେବେ ଲ୍ୟାଣ୍ଡ୍‌ଫଲ୍‌ ସମୟରେ ପବନର ବେଗ ଅଧିକ ରହିଥିଲା। ତେବେ ସୋମବାର ପୂର୍ବାହ୍ନ ସୁଦ୍ଧା ବାତ୍ୟା ‘ଗୁଲାବ’ ଓଡ଼ିଶା ଅତିକ୍ରମ କରିବ। ତେଣୁ ସୋମବାର ମଧ୍ୟାହ୍ନ ଯାଏ ସତର୍କ ରହିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି।