BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜି ଗୁଜରାଟ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦି

ନୂଆଦିଲ୍ଲୀ,୧୯/୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ପ୍ରାୟ ସମସ୍ତ ରାଜନୈତିକ ଦଳ ଯୋର ସୋରରେ ସେମାନଙ୍କ ପ୍ରଚାର ଅଭିଯାନ ଆରମ୍ଭ କରି ସାରିଛନ୍ତି । ଏହି କ୍ରମରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ନିର୍ବାଚନ ପ୍ରଚର ପାଇଁ ବାହାରିଛନ୍ତି ।
ଗୁଜରାଟ ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ରାଜ୍ୟରେ ପ୍ରାୟ ୨୫ଟି ରାଲିରେ ଯୋଗ ଦେବେ । ମୋଦିଙ୍କ ରାଲିକୁ ନେଇ ବଡ ଧରଣର ପ୍ରସ୍ତୁତି ଚାଲିଛି । ମୋଦି ୨୦ ନଭେମ୍ବରରେ ସୌରାଷ୍ଟ୍ର ଗସ୍ତ କରିବେ ସେଠାରେ ସେ ବେରାୱଲ, ଧୋରାଜି, ଅମରେଲି ଓ ବୋଟାଡ ଗସ୍ତ କରିବେ । ଏସବୁ ସ୍ଥାନରେ ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବେ ।
ଶନିବାର ମୋଦି ଗୁଜରାଟ ଗସ୍ତ କରୁଥିବା ବେଳେ ତାଙ୍କୁ ସ୍ୱାଗତ କରିବା ଲାଗି ବଲସାଡ ଜିଲା ଭାରତୀୟ ଜନତା ପାର୍ଟି(ଭାଜପା) ର କର୍ମୀମାନେ ଓ ସଙ୍ଗଠନ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି । ବଲସାଡର ପାରଡି ବିଧାନସଭା ଆସନରୁ ଭାଜପା ପ୍ରାର୍ଥି କନୁ ଦେଶାଇ ଶନିବାର ହେଉଥିବା ରୋଡ ଶୋ’ର ରୁଟ୍ ନିରିକ୍ଷଣ କରିଛନ୍ତି । ଏପଟେ ମୋଦିଙ୍କ ରୋଡ ଶୋ’କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବି କଡା କଡି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୯ ଏସପି, ୧୭ ଡିଏସପି, ୪୦ ପିଆଇଓ, ୯୦ ପିଏସଆଇ ସମେତ ୧୫୦୦ପୋଲିସ ନିଯୁକ୍ତ ହୋଇଛନ୍ତି ।