BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଡାଇରିଆ ରୋଗୀ ସଂଖ୍ୟାରେ କ୍ରମଶଃ ହ୍ରାସ: ବ୍ୟାପକ ସଚେତନତା, ପରୀକ୍ଷଣ ଓ ଚିକିତ୍ସାକୁ ଗୁରୁତ୍ୱ

ମୁଖ୍ୟ ଶାସନ ସଚିବଙ୍କ ଡାଇରିଆ ସ୍ଥିତି ସମୀକ୍ଷା:

ଭୁବନେଶ୍ୱର:  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯାଜପୁର ସମେତ କେନ୍ଦୁଝର, ଭଦ୍ରକ, କଟକ, ଢେଙ୍କାନାଳ ଜିଲ୍ଲାରେ ଦେଖାଦେଇଥିବା ଡାଇରିଆ ସ୍ଥିତି ଓ ଏହାର ପ୍ରତିକାରାତ୍ମକ ପଦକ୍ଷେପ ସଂପର୍କରେ ସମୀକ୍ଷା କରିଥିଲେ।ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍‌ ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।ଉପରୋକ୍ତ  ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ନିଜ ନିଜ ଜିଲ୍ଲାର କ୍ଷେତ୍ରସ୍ତରୀୟ ସ୍ଥିତି ଜଣାଇଥିଲେ ।

ସ୍ୱାସ୍ଥ୍ୟ ସଚିବ ଜଣାଇଥିଲେ ଯେ, ଡାଇରିଆ ସ୍ଥିତିର ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ପ୍ରତିରୋଧ, ପରୀକ୍ଷଣ ଓ  ପ୍ରତିଷେଧକ ବ୍ୟବସ୍ଥା ସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି।ବେସରକାରୀ ଓ ସରକାରୀକୂପ ଆଦିକୁ ନିୟମିତ ଭାବେ  ବିଶୋଧନ କରାଯାଉଛି। ରୋଗୀମାନଙ୍କ ସଂଖ୍ୟାରେ  ହ୍ରାସ ଘଟିଛି । ଏବେ ଯେଉଁ ରୋଗୀମାନେ ଆସୁଛନ୍ତି, ସେମାନଙ୍କର ରୋଗର ଲକ୍ଷଣ ସାମାନ୍ୟ ରହୁଛି । ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ସଂକ୍ରମିତ ଲୋକମାନେ ପ୍ରାରମ୍ଭିକ ଅବସ୍ଥାରୁ ହିଁ ଡାକ୍ତରଖାନା ଆସୁଛନ୍ତି, ଯାହା ଡାଇରିଆ ନିୟନ୍ତ୍ରଣ ଦିଗରେ ଏକ ଭଲ ଲକ୍ଷଣ ।

ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ, ବିଭିନ୍ନ ଡାକ୍ତରଖାନାରେ ନୂଆ ଆଡମିଶନ ହାରରେ କ୍ରମାଗତ ହ୍ରାସ ଘଟିଛି । ଅଦ୍ୟତନ ତଥ୍ୟ ଅନୁସାରେ  ପ୍ରଭାବିତ ୫ ଟି ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଆଜି ୪୨୯ ଜଣ ରୋଗୀ ଆଡମିଶନ ହୋଇଥିବା ବେଳେ ୨୮୪ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ତେବେ ବିଗତ ଦିନ ମାନଙ୍କୁ ମିଶାଇ ଆଜିସୁଦ୍ଧା ସମୁଦାୟ ୩୭୦ ଜଣ  ଚିକିତ୍ସାଧିନ ଅଛନ୍ତି । ଯେଉଁମାନେ ସୁସ୍ଥ ହେଉଛନ୍ତି, ସେମାନଙ୍କୁ ଡାକ୍ତରଙ୍କ ବିନାପରାମର୍ଶରେ ଘରକୁ ଛଡା ଯାଉନାହିଁ। ପୂର୍ଣ୍ଣ ଆରୋଗ୍ୟ ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଯ୍ୟ କରାଯାଉଛି ।

ପରିମଳ ଓ ବିଶୋଧନକାର୍ଯ୍ୟକୁ ବ୍ୟାପକ ଭାବେ ଜାରି ରଖିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।ମାଇକ୍‌ ଯୋଗେ ପ୍ରଚାର ପ୍ରସାରକୁ ବ୍ୟାପକ କରାଯାଇଛି। ଆଗାମୀ ୭ରୁ ୧୦ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ରାଜ୍ୟସ୍ତରୀୟ କମିଟିସ୍ଥିତିର ସମୀକ୍ଷା କରୁଛନ୍ତି। ପ୍ରଭାବିତ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ ଓ ପରିଚାଳନା କକ୍ଷ କାର୍ଯ୍ୟକରୁଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ବିଭିନ୍ନ ଜିଲ୍ଲା ଗସ୍ତକରି ଏହା ମହାମାରୀ ନୁହେଁ ବୋଲି କରିଛନ୍ତି ।ଦେଖା ଦେଇଥିବା ଡାଇରିଆ  ଗୋଟିଏ ଅଂଚଳରୁ ଅନ୍ୟ ଅଂଚଳକୁ ସଂକ୍ରମିତ ହୋଇନାହିଁ । ଏହା ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ ଦେଖାଦେଇଛି । ବର୍ଷାଦିନେ ଜଳବାହିତ ରୋଗ ହୋଇଥାଏ।ତେଣୁ  ପ୍ରଭାବିତ  ୫ଟି ଜିଲ୍ଲା ସମେତ ଅନ୍ୟ ସମସ୍ତ ଜିଲ୍ଲାକୁ ସ୍ୱାସ୍ଥ୍ୟ ସତର୍କତା ଓ ସଚେତନତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ହସ୍ପିଟାଲକୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କ ଯେପରି ଉପଯୁକ୍ତ ଧ୍ୟାନ ଓ ଚିକିତ୍ସା ଦିଆଯିବ, ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି।ବିଶେଷ କରି ନଦୀ, ନାଳଅଂଚଳର ଲୋକମାନେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।ଜଳ ବିଶୋଧନ କରାଯାଉଥିବା କ୍ଲୋରିନ୍‌ରେ ଏହାର ଗୁଣାତ୍ମକମା ଅଛି କି ନାହିଁ, ତାହା ବିଶୋଧନବେଳେ ଦେଖିବା, ଅଧିକ ଦିନ ହୋଇଥିଲେ ନୂଆ କ୍ରୟ କରିବା ବା ସଂଗ୍ରହ କରିବା ଏବଂ ଯଥେଷ୍ଟ ସଂଖ୍ୟାରେ ଏହା ରଖିବାକୁ ପରାମର୍ଶ ଦିଆଯାଇଛି ।

ମୁଖ୍ୟ ଶାସନ ସଚିବଶ୍ରୀ ଆହୁଜା ଜିଲ୍ଲାଓ୍ୱାରୀ ସ୍ଥିତି ସମୀକ୍ଷା କହିଥିଲେ ଯେ,ବିଭିନ୍ନ ଜିଲ୍ଲାରେ ସଂକ୍ରମଣ  ମାତ୍ରା କମୁଥିଲେ ମଧ୍ୟ ଆମକୁ ସତର୍କତା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିବାକୁ ପଡ଼ିବ  । ଆଗକୁ ମୌସୁମୀ ବର୍ଷାରେ ଜଳ ସଂକ୍ରମଣର ସମ୍ଭାବନା ରହିଛି।ଏଥିପାଇଁ ନିୟମିତ ବ୍ୟବଧାନରେ ଜଳ ଉତ୍ସକୁ ବିଶୋଧନ କରିବା, ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।ଏଭଳି ସଂକ୍ରାମକ ରୋଗ କାରଣରୁ ଯେପରି ଜୀବନ ହାନି ନ ଘଟେ, ସେଥିପ୍ରତି ଏହାର ନିରାକରଣ ପାଇଁ ସବୁ ସତର୍କତା, ସଚେତନତା ଓପରୀକ୍ଷା ଓ ଚିକିତ୍ସାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। କ୍ଷେତ୍ରସ୍ତରରେ ସ୍ଥିତି ଅନୁଧ୍ୟାନ କରି ଯାହା ଯାହା ଆବଶ୍ୟକତା ରହୁଛି, ସେଥିପ୍ରତି ଦୃଷ୍ଟିଦେଇ ପଦ​‌କ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।

ଯାଜପୁର ଜିଲ୍ଲାପାଳ, ଜିଲ୍ଲାରେ ବିଶୋଧନ କାର୍ଯ୍ୟକ୍ରମ, ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଜାରି ରହିଥିବା, ଗ୍ରାମ ପଞ୍ଚାୟତ ସ୍ତରରେ ଏବଂ ଗାଁକୁ ଗାଁ ଓ ପଡାଗ୍ରାମରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର କୁବ୍ୟାପ କକରାଯାଇଥିବା  ପ୍ରକାଶ କରିଥିଲେ । ଆଶା, ଅଙ୍ଗନବାଡି, ସ୍ୱାସ୍ଥ୍ୟକର୍ମୀମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି।କେବଳ ଯାଜପୁର ଜିଲ୍ଲାରେ ନୂଆ ଆଡମିଶନ ସଂଖ୍ୟା ୬୪ଥିବାବେଳେ ସେଥିରୁ ୪୫ଜଣ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ଏହି ଜିଲ୍ଲାରେ ୨୧୦ ଜଣ ଚିକିତ୍ସାଧିନ ଅଛନ୍ତି ।  ଜିଲ୍ଲାରେ ୪୦ଲକ୍ଷ ହାଲୋଜେନ ବଟିକା ଏବଂ ୬ଲକ୍ଷ ଓଆରଏସ୍‌ ପ୍ୟାକେଟ ବଣ୍ଟନ କରାଯାଇଛି। ୪୦୦ ପ୍ୟାକେଟ୍‌ ବ୍ଲିଚିଂପାଉଡର ଏବଂ ୩ ଲକ୍ଷ ୪୦ ହଜାର ସଂକ୍ରାମକ ରୋଗ ନିରୋଧକ ଔଷଧ-ଡକ୍ସିସାଇକ୍ଲିନ୍‌ ବଣ୍ଟନକରାଯାଇଛି।

ସେହିପରି କଟକ, ଭଦ୍ରକ, କେନ୍ଦୁଝର ଓ ଢ଼େଙ୍କାନାଳ ଜିଲ୍ଲାରେ ଡାଇରିଆ ସ୍ଥିତି ସଂପର୍କରେ ଜିଲ୍ଲାପାଳମାନେ ଅବଗତ କରାଇଥିଲେ ।ଜଳ ଉତ୍ସ ବିଶୋଧନକାର୍ଯ୍ୟ, ପ୍ରଚାରପ୍ରସାର, ପରୀକ୍ଷଣ ଓ ଚିକିତ୍ସା କାର୍ଯ୍ୟକ୍ରମ ବ୍ୟାପକ କରାଯାଇ ଥିବା ସୂଚନା ଦେଇଥିଲେ। ସମସ୍ତ ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କର୍ମଚାରୀମାନେ କୂପ, ନଳକୂପ ବିଶୋଧନ କାର୍ଯ୍ୟ ଆଦି ଜାରି ରଖିଛନ୍ତି।ସମସ୍ତ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ବୈଠକରୁ ଜଣାଯାଇଛି।

ପ୍ରକାଶ ଥାଉକି, ଜୁନ୍‌ ୧୦ ତାରିଖରେ ସମନ୍ୱିତ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମ (ଆଇଡିସିଏସ୍‌ପି) ସେଲ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ଦେଖାଦେଇଥିବା ଏବଂ ଏହାର ସଂଖ୍ୟା ଜାଣିବାକୁ ପାଇଥିଲେ, ଯାହାକି ବିଭିନ୍ନ ସ୍ଥାନୀୟ ଭୋଜିଭାତ ଯୋଗୁଁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଇଥିଲା ।ଏହା ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ ଅନୁଭବ କରି ସଙ୍ଗେସଙ୍ଗେ ରାଜ୍ୟ ସର୍ଭେଲାନ୍ସ ୟୁନିଟ ତରଫରୁ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦିଆଯାଇଥିଲା।ଏହା ଯେପରି ଅଧିକ ନବ୍ୟାପେ, ଠିକ୍ ସମୟରେ ରୋଗୀଙ୍କୁ ଚିକିତ୍ସା ଓ ଜୀବନ ହାନୀ ରୋକିବା ପାଇଁ ସବୁ ପ୍ରକାର ପ୍ରତିକାର ଓ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ନୂଆ ଆଡମିଶନ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୮୨ଜଣ, ଯାଜପୁର ଜିଲ୍ଲାରେ ୬୪ଜଣ, କଟକ ଜିଲ୍ଲାରେ୧ ୪୫ଜଣ, ଢ଼େଙ୍କାନାଳ ଜିଲ୍ଲାରେ ୬୫, ଭଦ୍ରକ ଜିଲ୍ଲାରେ ୭୩ ଏହିପରି ମୋଟ ୪୨୯ଜଣ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ଅନୁସାରେ ଆଜି ସୁଦ୍ଧା ବିଭିନ୍ନ ଜିଲ୍ଲାରେ ମୋଟ ୧୧ଜଣଙ୍କମୃତ୍ୟୁଘଟିଛି।

ସଂକ୍ରମିତ ଜଳ ଉତ୍ସ କିମ୍ବା ସଂକ୍ରମିତ ଖାଦ୍ୟ, ପରିମଳ ବ୍ୟବସ୍ଥାରେ ତ୍ରୁଟି, ଅଧିକ ରୋଗୀ ଦେଖାଦେଇ ଥିବା ଅଂଚଳରୁ କିମ୍ବା ଏବଂ ଡେରିରେ ପରୀକ୍ଷା ପାଇଁ ରୋଗୀ ଆସୁଥିବା କାରଣରୁ ଏହା ହୋଇଥାଇପାରେ ବୋଲି କୁହାଯାଇଛି। ଡାଇରିଆ ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ସଚେତନତା, ପ୍ରତିଷେଧକ ବ୍ୟବସ୍ଥା, ଜଳ ଉତ୍ସର ବିଶୋଧନ ଆଦି ଯୋଗୁଁ ବିଭିନ୍ନ ଜିଲ୍ଲାରେ ଡାଇରିଆ ସଂଖ୍ୟା କମୁଥିବା ପରିଲକ୍ଷିତ ହୋଇଛି ।