BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପିଲାଙ୍କ ହସ ଓ ଖୁସିରେ ଉଛୁଳିଲା ଲୋକଭବନ

ଲୋକଭବନ ଉଦ୍ୟାନ ପରିଦର୍ଶନ ବେଳେ ରାଜ୍ୟପାଳ ଦ୍ୱିତୀୟ ଥର ପାଇଁ ପିଲାମାନଙ୍କ ସହ ଖୁସି ବାଣ୍ଟିଲେ

ଭୁବନେଶ୍ୱର : ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରବିବାର ଲୋକଭବନ ଉଦ୍ୟାନ ଏବଂ ଅଟଳ ବନ ପରିଦର୍ଶନ କରିବାକୁ ଆସିଥିବା ପିଲାମାନଙ୍କ ସହିତ ମିଶିଥିଲେ ଓ ଖୁସି ବାଣ୍ଟିଥିଲେ l ରବିବାର ଛୁଟି ଦିନ ଥିବାରୁ ଲୋକଭବନ ଉଦ୍ୟାନ ପରିଦର୍ଶନ ପାଇଁ ପ୍ରବଳ ଜନସମାଗମ ହୋଇଥିଲା ଏବଂ ବହୁ ସଂଖ୍ୟାରେ ଶିଶୁ ଆସିଥିଲେ l ଚଳିତ ବର୍ଷ ଲୋକଭବନ ଉଦ୍ୟାନଗୁଡ଼ିକ ଜନସାଧାରଣଙ୍କ ପାଇଁ ଖୋଲା ହେବା ପରଠାରୁ ଶିଶୁ ପରିଦର୍ଶକଙ୍କ ସହିତ ରାଜ୍ୟପାଳଙ୍କର ଦ୍ୱିତୀୟ ଥର ଭାବବିନିମୟ କରିବାର ଅବସର ଥିଲା।

ରାଜ୍ୟପାଳ ପିଲାମାନଙ୍କ ସହିତ ଅନୌପଚାରିକ ଭାବରେ ମିଶି ଭାବବିନିମୟ କରିବା ସହିତ ସେମାନଙ୍କୁ କଲମ, ଚିକି ଏବଂ ଚକୋଲେଟ ବଣ୍ଟନ କରିଥିଲେ l ପିଲାମାନେ ସବୁଜ ପରିବେଶରେ ନୈସର୍ଗିକ ଶୋଭାରାଜି ଉପଭୋଗ କରିବା ସହିତ ରାଜ୍ୟପାଳଙ୍କ ସହ ଭାବବିନିମୟ କରି ଆନନ୍ଦିତ ହୋଇଥିଲେ ଓ ସେମାନଙ୍କ ହସ ଓ ଖୁସିରେ ଲୋକଭବନ ଉଛୁଳି ଥିଲା l ଲୋକଭବନର ସ୍ପନ୍ଦନଶୀଳ ପରିବେଶରେ ଉଷ୍ମତା ଏବଂ ଆନନ୍ଦ ଭରି ଯାଇଥିଲା l ପିଲାମାନଙ୍କ ସହ ଆସିଥିବା ପରିବାରର ଲୋକମାନେ ଏହି ଦୃଶ୍ୟର ମଜା ନେଇଥିଲେ।

ପିଲାମାନଙ୍କ ପାଇଁ ଭ୍ରମଣୀୟ ସ୍ଥାନର ଗୁରୁତ୍ୱ ଉପରେ ରାଜ୍ୟପାଳ ଆଲୋକପାତ କରି ପିଲାମାନେ ଅତ୍ୟଧିକ ମୋବାଇଲ ଫୋନ୍ ବ୍ୟବହାରରୁ ନିଜକୁ ଦୂରେଇ ରଖି ପ୍ରାକୃତିକ ପରିବେଶରେ ଅଧିକ ସମୟ ବିତାଇବାକୁ ଉତ୍ସାହିତ କରିଥିଲେ।ରାଜ୍ୟପାଳ ଉଲ୍ଲେଖ କରିଥିଲେ ଯେ ଏପରି ପ୍ରାକୃତିକ ପରିବେଶ କଳ୍ପନାଶକ୍ତିକୁ ପୋଷଣ କରିବାରେ, ଶାରୀରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାରେ ଏବଂ ମାନସିକ ଶକ୍ତିକୁ ଦୃଢ଼ କରିବାରେ ସାହାଯ୍ୟ କରେ ଏବଂ ବାହ୍ୟ ଅଭିଜ୍ଞତା ମାଧ୍ୟମରେ ପାରିବାରିକ ବନ୍ଧନକୁ ମଧ୍ୟ ମଜବୁତ କରିଥାଏ।

ଲୋକଭବନ ଉଦ୍ୟାନକୁ ବହୁ ସଂଖ୍ୟାରେ ଜନସାଧାରଣଙ୍କ ଆଗମନ ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଛନ୍ତି ଯେ ଏହା ସ୍ୱାଗତଯୋଗ୍ୟ ଏବଂ ଜନସାଧାରଣଙ୍କ ଆଦରକୁ ପ୍ରତିଫଳିତ କରେ। ଲୋକଭବନ ଉଦ୍ୟାନକୁ ଜନସାଧାରଣଙ୍କ ପାଇଁ ଖୋଲିବା ଦ୍ୱାରା ସରକାରୀ ପ୍ରତିଷ୍ଠାନଗୁଡ଼ିକ ଅଧିକ ସୁଗମ ହୋଇପାରିବ ଏବଂ ଲୋକଙ୍କ ମଧ୍ୟରେ ସହଭାଗୀ ଭାବନା ବୃଦ୍ଧି କରିବ ବୋଲି ରାଜ୍ୟପାଳ କହିଛନ୍ତି l