BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜ୍ୟରେ ଔଦ୍ୟୋଗିକତା ଏବଂ ଶିଳ୍ପର ଅଭିବୃଦ୍ଧି ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ଔଦ୍ୟୋଗିକତା ଏବଂ ଶିଳ୍ପର ଅଭିବୃଦ୍ଧି ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତି ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି। ନଭେମ୍ବର ୪ ତାରିଖରେ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ରାଜ୍ୟପାଳ ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା ଅବସରରେ ଏହି ଗୁରୁତ୍ୱାରୋପ କରିଛନ୍ତି। ଏହି ସମୀକ୍ଷା ବୈଠକରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଏ ଦିଗରେ କିଛି ରାଜ୍ୟ କାମ ଆରମ୍ଭ କରିଛନ୍ତି। ଏଣୁ ଶିଳ୍ପ ଏବଂ ଏମ୍ଏସ୍ଏମ୍ଇ ବିଭାଗର ଅଧିକାରୀମାନେ ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ କହିଥିଲେ। ରାଜ୍ୟରେ ବହୁଳ ସଂଖ୍ୟାରେ ଏମ୍ଏସ୍ଏମ୍ଇ ପାର୍କ ପ୍ରତିଷ୍ଠା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।

ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରରେ ଥିବା ସମ୍ଭାବନା ଉପରେ ରାଜ୍ୟପାଳ ଆଲୋକପାତ କରି କହିଥିଲେ ଯେ, ଭାରତ ସରକାର ପ୍ରତିରକ୍ଷା ସାମଗ୍ରୀ ବିଦେଶରୁ ଆମଦାନୀକୁ ସୀମିତ କରି ଘରୋଇ ନିର୍ମାତାଙ୍କଠାରୁ ଉତ୍ପାଦ/ସାମଗ୍ରୀ କ୍ରୟ କରିବା ଉପରେ ପ୍ରାଥମିକତା ଦେଇଛନ୍ତି। ଏଣୁ ଏ ଦିଗରେ ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗ ଉପରୋକ୍ତ ସାମଗ୍ରୀ ଉତ୍ପାଦନ ପାଇଁ ବିସ୍ତୃତ ପ୍ରକଳ୍ପ ପ୍ରୋଫାଇଲ ପ୍ରସ୍ତୁତ କରିବାକୁ କହିଥିଲେ। ଏହି ପ୍ରକଳ୍ପ ପ୍ରୋଫାଇଲରେ ୟୁନିଟ୍ ସେଟ୍ଅପ୍, ଜମି, ନିବେଶ ଆବଶ୍ୟକତା, ଉପକରଣ ସୋର୍ସିଂ ଏବଂ ଅନ୍ୟାନ୍ୟ ବୈଷୟିକ ବିବରଣୀ ସହିତ ପ୍ରକଳ୍ପ ପ୍ରୋଫାଇଲ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।

ଏହି ପ୍ରକଳ୍ପ ପ୍ରୋଫାଇଲ ଗୁଡ଼ିକ ବୈଷୟିକ ପ୍ରତିଷ୍ଠାନ ଏବଂ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରି ସେମାନଙ୍କ ଧାରଣାକୁ ପ୍ରେରଣା ଦେଇହେବ ଯାହା ନୂତନ ଏମ୍ଏସ୍ଏମ୍ଇ ପ୍ରତିଷ୍ଠା ଓ ଉଦ୍ୟୋଗୀ ସୃଷ୍ଠି କରିବାରେ ସହାୟକ ହେବ ବୋଲି ରାଜ୍ୟପାଳ କହିଥିଲେ। ଏହି ବୈଠକରେ ରାଜ୍ୟପାଳ ନିବେଶ ପ୍ରୋତ୍ସାହନ, ଶିଳ୍ପ ଭିତିଭୂମି, ବ୍ୟବସାୟର ସହଜତା ଏବଂ ଶିଳ୍ପନୀତି କାର୍ଯ୍ୟକାରିତାର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଥିଲେ।

ଉଦ୍ୟୋଗୀମାନଙ୍କ ପ୍ରତି ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରି ଷ୍ଟାର୍ଟ ଆଣ୍ଡ ଇମ୍ପ୍ରୁଭ ଇୟୋର ବିଜନେସ-ଏଂଟରପ୍ରିନେୟୁରସିପ୍ ଡେଭେଲେପମେଂଟ ପ୍ରୋଗ୍ରାମ ସଂପର୍କରେ ସମୀକ୍ଷା କରିଥିଲେ। ସରକାରୀ କାର୍ଯ୍ୟକ୍ରମର ପ୍ରଭାବ ବିଶ୍ଲେଷଣର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରି କେତେ ପ୍ରଶିକ୍ଷାର୍ଥୀ ପ୍ରକୃତରେ ଉଦ୍ୟୋଗୀ ହୋଇପାରିଛନ୍ତି ତାହା ଜାଣିବା ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ ଯୋଜନା ଉପରେ ସମୀକ୍ଷା କରି ହିତାଧିକାରୀମାନେ କିପରି ଋଣ ପାଇପାରିବେ ତାହା ସୁନିଶ୍ଚିତ କରିବାକୁ ସବସିଡ୍ ପ୍ରଦାନ କରୁଥିବା ବିଭାଗୁଡିକ ବ୍ୟାଙ୍କ ସହ ସମନ୍ୱୟ ରକ୍ଷା କରି ବିହିତ ପଦକ୍ଷେପ ନେବାକୁ କହିଥିଲେ। ଏତଦ୍ବ୍ୟତୀତ ରାଜ୍ୟର ଇନକୁବେସନ ସେଂଟର, ଷ୍ଟାର୍ଟ ଅପ୍ସ ଏବଂ ରପ୍ତାନୀ ସଂପର୍କିତ ପ୍ରସଙ୍ଗ ଉପରେ ରାଜ୍ୟପାଳ ସମୀକ୍ଷା କରି ରାଜ୍ୟରେ ଶିଳ୍ପ ଓ ଏମ୍ଏସ୍ଏମ୍ଇ ଅଭିବୃଦ୍ଧି ପାଇଁ ପଦକ୍ଷେପକୁ ସୁଦୃଢ଼ କରିବାକୁ ବିଭାଗକୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଶିଳ୍ପ ଓ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମହିଳା ଓ ଶିଶୁ ବିକାଶ, ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ଏମ୍ଡି ଇପିକଲ ଭୁପେନ୍ଦ୍ର ସିଂହ ପୁନିଆ, ସିଇଓ ଷ୍ଟାର୍ଟ ଅପ୍ ଓଡ଼ିଶା ରଶ୍ମିତା ପଣ୍ଡା, ଶିଳ୍ପ ବିଭାଗର ନିର୍ଦ୍ଦେଶକ ଆବୋଲି ଏସ୍ ନରବାଣେଙ୍କ ସମେତ ଶିଳ୍ପ ଏବଂ ଏମ୍ଏସ୍ଏମ୍ଇ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ରାଜ୍ୟପାଳଙ୍କ କମିଶନର-ତଥା- ଶାସନ ସଚିବ ରୂପା ରୋଶନ ସାହୁ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ।