BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପ୍ରଯୁକ୍ତିବିଦ୍ୟା ଶିଳ୍ପକୁ ପରିବର୍ତ୍ତନ କରିପାରେ କିନ୍ତୁ ଏହା ମାନବିକ ଗୁଣଗୁଡ଼ିକୁ ବଦଳାଇପାରିବ ନାହିଁ

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

ଭୁବନେଶ୍ୱର : ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଦ୍ରୁତ ଗତିରେ ପରିବର୍ତ୍ତିତ ବିଶ୍ୱରେ ପାଦ ଥାପୁଥିବା ସ୍ନାତକମାନଙ୍କୁ ନୈତିକତା, ନିଷ୍ଠା ଓ କରୁଣାକୁ ବଜାୟ ରଖିବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆହ୍ୱାନ ଦେଇଛନ୍ତି। ଶନିବାର ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଉ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟା ଶିଳ୍ପକୁ ପରିବର୍ତ୍ତନ କରିପାରେ କିନ୍ତୁ ଏହା ମାନବିକ ଗୁଣଗୁଡ଼ିକୁ ବଦଳାଇପାରିବ ନାହିଁ I ସହାନୁଭୂତି, ସୃଜନଶୀଳତା ଏବଂ ନୈତିକ ମୂଲ୍ୟବୋଧ ଆଗାମୀ ଦିନରେ ବ୍ୟକ୍ତିବିଶେଷଙ୍କୁ ସ୍ଵତନ୍ତ୍ର କରିବ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। କୃତ୍ରିମ ବୁଦ୍ଧିମତା, ଡିଜିଟାଲ ଉପକରଣ, ସ୍ୱୟଂଚାଳିତ ଏବଂ ନିରନ୍ତର ଆହ୍ୱାନ ଦ୍ୱାରା ପରିଚାଳିତ ଏକ ବିଶ୍ୱସ୍ତରୀୟ ଦୃଶ୍ୟପଟରେ ସ୍ନାତକମାନେ ପ୍ରବେଶ କରୁଛନ୍ତି। ଏପରି ଏକ ଯୁଗରେ ଶିକ୍ଷାକୁ କେବଳ ନିଯୁକ୍ତିର ପ୍ରବେଶପଥ ଭାବରେ ନୁହେଁ ବରଂ ଜୀବନବ୍ୟାପୀ ଶିକ୍ଷା ଏବଂ ନୈତିକ ନେତୃତ୍ୱର ଭିତ୍ତିଭୂମି ଭାବରେ ଦେଖାଯିବା ଉଚିତ ବୋଲି ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ଚ୍ୟାଲେଞ୍ଜଗୁଡ଼ିକୁ ଅଭିବୃଦ୍ଧିର ସୁଯୋଗ ଭାବରେ ଦେଖାଯିବା ଉଚିତ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ବିଫଳତା କେବେ ବି ଶେଷ ନୁହେଁ। ଏହା ନିଜକୁ ଅଧିକ ଦୃଢ଼ ମନୋବଳ ସହିତ ପୁନର୍ବାର ଉଠିବାକୁ ପ୍ରସ୍ତୁତ କରିଥାଏ ବୋଲି ରାଜ୍ୟପାଳ କହିଥିଲେ। ଅନ୍ତର୍ଭୁକ୍ତିମୂଳକ ପରିବେଶ, ଆଧୁନିକ ଶୈକ୍ଷିକ ସଂସ୍କୃତି, ସୁଦୃଢ଼ ଗବେଷଣା ଇକୋସିଷ୍ଟମ ଓ ଜାତୀୟ ଶିକ୍ଷା ନୀତି ୨୦୨୦ ସହିତ ସମନ୍ୱୟ ଏବଂ ଏକ ଉଦୀୟମାନ ଶିକ୍ଷା କେନ୍ଦ୍ର ଭାବରେ ଓଡ଼ିଶାର ପରିଚୟକୁ ସୁଦୃଢ଼ କରିବା ପାଇଁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ସଫଳତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।

ଏହି ଅବସରରେ ରାଜ୍ୟପାଳ ମେଧାବୀ ସ୍ନାତକମାନଙ୍କୁ ଡିଗ୍ରୀ ଏବଂ ପଦକ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କେପିଏମଜି ଇନ ଇଣ୍ଡିଆର ନ୍ୟାସନାଲ ଲିଡର-ଏଜୁକେସନ ଆଣ୍ଡ ସ୍କିଲ ଡେଭଲପମେଣ୍ଟ, ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ ସର୍ଭିସେସ୍ ନାରାୟଣନ ରାମସ୍ୱାମୀ ଏବଂ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର କୁଳପତି ପ୍ରଫେସର କୁଳଭୂଷଣ ବାଲୁନୀ ଉପସ୍ଥିତ ଥିଲେ। ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ବୋର୍ଡ ଅଫ୍ ଗଭର୍ଣ୍ଣରସ ସଦସ୍ୟ ଡକ୍ଟର ପି. କେ. ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।