BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭାରତର କୃଷି ଅର୍ଥନୀତି ଖରିଫ ଫସଲ ଉପରେ ନିର୍ଭରଶୀଳ

ଖରିଫ୍ ଫସଲ ୨୦୨୫ ନେଇ ସରକାରଙ୍କ ରଣନୀତି ପ୍ରସ୍ତୁତ

● ପ୍ରାୟ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ୍ ଫସଲ ହେବ
● ପ୍ରାୟ ୪ ଲକ୍ଷ କ୍ୱିଣ୍ଟାଲ ଉଚ୍ଚଗୁଣବତ୍ତା ସମ୍ପନ୍ନ ପ୍ରମାଣିତ ବିହନର ଯୋଗାଣ
● ସମୃଦ୍ଧ କୃଷକ ଯୋଜନାରେ ଇନପୁଟ ସହାୟତା ସହ ୩୧୦୦ ଟଙ୍କା କୁଇଣ୍ଟାଲ ପିଛାରେ ଧାନ କ୍ରୟ

ଭୁବନେଶ୍ୱର: ଭାରତର କୃଷି ଅର୍ଥନୀତି ଖରିଫ ଫସଲ ଉପରେ ନିର୍ଭରଶୀଳ l ବର୍ଷାଋତୁର ଆଗମନରେ ଚାଷୀ ନିଜକୁ ପ୍ରସ୍ତୁତ କରିଥାଏ ଖରିଫ୍ ଫସଲ ପାଇଁ l ଓଡ଼ିଶାରେ ଖରିଫ୍ ଫସଲରେ ମୁଖ୍ୟତଃ ଧାନ, ମକା, ଡାଲିଜାତୀୟ ଫସଲ, ତୈଳବୀଜ, ମାଣ୍ଡିଆ ଓ କପା ଚାଷ କରାଯାଇଥାଏ l ଏଗୁଡିକ ମଧ୍ୟରୁ ଧାନ ମୁଖ୍ୟ ଖାଦ୍ୟ ଶସ୍ୟ ହୋଇଥିବାରୁ ଏହାର ବିହନ ବିତରଣ ଠାରୁ ଆରମ୍ଭ କରି ସାମଗ୍ରୀ ପରିଚାଳନା, ଯାନ୍ତ୍ରିକୀକରଣ, ରୋଗ ପୋକ ନିୟନ୍ତ୍ରଣ ଅନ୍ତର୍ଭୁକ୍ତ ଅଟେ l ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଖରିଫ୍ ୨୦୨୫ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି l

ସମୃଦ୍ଧ କୃଷକ ହେଲ୍ପଲାଇନ ଯୋଗେ ନିୟମିତ ଭାବେ ଚାଷୀଙ୍କୁ ସୂଚନା ମଧ୍ୟ ପ୍ରଦାନ କରାଯାଉଛି l ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଚଳିତବର୍ଷ ସ୍ଵାଭାବିକ ବର୍ଷା ହେବ ଯାହା ଚାଷୀଙ୍କ ପାଇଁ ବେଶ୍ ସୁହାଇବ l ରିପୋର୍ଟ ଅନୁଯାୟୀ, ଖରିଫ ୨୦୨୫ରେ ବିଭିନ୍ନ ଫସଲ ଅଧୀନରେ ପ୍ରାୟ ୫୮.୫୦ ଲକ୍ଷ ହେକ୍ଟର ଜମି ଅନ୍ତର୍ଭୁକ୍ତ ହେବ l ତନ୍ମଧ୍ୟରେ ୩୫.୯୫ ଲକ୍ଷ ହେକ୍ଟର ଧାନ, ୬.୧୦ ଲକ୍ଷ ହେକ୍ଟର ଡାଲିଜାତୀୟ ଫସଲ, ୨.୨୫ ଲକ୍ଷ ହେକ୍ଟର ତୈଳବୀଜ, ୨.୬୦ ଲକ୍ଷ ମାଣ୍ଡିଆ ଜାତୀୟ ଶସ୍ୟ, ୨.୭୦ ଲକ୍ଷ ହେକ୍ଟର ମକା, ୨.୫୪ ଲକ୍ଷ ହେକ୍ଟର କପା ଓ ଅନ୍ୟାନ୍ୟ ତନ୍ତୁ ଜାତୀୟ ଫସଲ, ୧.୧୫ ଲକ୍ଷ ହେକ୍ଟର ମସଲା, ୫ ଲକ୍ଷ ହେକ୍ଟର ପନିପରିବା ଏବଂ ଅନ୍ୟାନ୍ୟ ଫସଲ ସାମିଲ ରହିଛି l

ଖରିଫ ୨୦୨୫ ରେ ପ୍ରମୁଖ-ମଧ୍ୟମ, କ୍ଷୁଦ୍ର, କ୍ଷୁଦ୍ର ଉଠା, ବୃହତ ଉଠ ଜଳସେଚନ ଇତ୍ୟାଦି ସହିତ ୩୭.୬୬ ଲକ୍ଷ ହେକ୍ଟରକୁ ସାମିଲ୍ କରି ଜଳସେଚନ ପ୍ରକ୍ରିୟାକୁ ସୁନିଶ୍ଚିତ କରାଯାଉଛି l ସେହିପରି ଓଡ଼ିଶା ରାଜ୍ୟ ବିହନ ନିଗମ ଜରିଆରେ ଓ ଘରୋଇ ମାଧ୍ୟମରେ ପ୍ରାୟ ୪ ଲକ୍ଷ କ୍ଵିଣ୍ଟାଲ ଉଚ୍ଚଗୁଣବତ୍ତା ସମ୍ପନ୍ନ ପ୍ରମାଣିତ ବିହନ ଯୋଗାଣ ବ୍ୟବସ୍ଥା କରାଯାଇଛି l ଏଥିପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା ମଧ୍ୟ କରିଛନ୍ତି l ଆବଶ୍ୟକ ଅନୁସାରେ ପ୍ରାୟ ୯.୫୫ ଲକ୍ଷ ମେଟ୍ରିକ୍ ଟନ୍ ସାର ଯଥା ୟୁରିଆ, ଡିଏପି, ଏମଓପି, ଏନପିଏକେଏସ ଯୋଗାଇ ଦିଆଯିବ l ବିସ୍ମୃତ ଖାଦ୍ୟଶସ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର, ଦସ୍ତାବିଜକରଣ, ସଂରକ୍ଷଣ, ଧାନ ପରବର୍ତ୍ତୀ ପଡ଼ିଆ ଜମି ପରିଚାଳନା, କୃଷି ଯାନ୍ତ୍ରିକୀକରଣ, ଖରିଫ ଫସଲ ପାଇଁ କ୍ଷେତ୍ର ପ୍ରଦର୍ଶନ, ଫସଲ ସୁରକ୍ଷା ଏବଂ କୀଟନାଶକ ଇତ୍ୟାଦିର ଆୟୋଜନ କରାଯାଇଛି l ଓଡ଼ିଶା ବଳଭଦ୍ର ଜୈବିକ ଚାଷ ଅଧୀନରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ “କୋଠ ଭୋଗ” ଓ “ମହାପ୍ରସାଦ” ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ଅମୃତ ଅନ୍ନ ପ୍ରକଳ୍ପରେ ୩୪୫୦ ହେକ୍ଟରରେ ଜୈବିକ ଉତ୍ପାଦନ ଯୋଜନା କରାଯାଇଛି l

ଫସଲ ଉତ୍ପାଦନ ପରେ ଏହାକୁ ସଂରକ୍ଷିତ ରଖିବା ପାଇଁ ୫୮ ଗୋଟି ଶୀତଳ ଭଣ୍ଡାର ସ୍ଥାପନ ଓ ଏହାର ଆର୍ଥିକ ସହାୟତା ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ଏବଂ ଏହା ଉପରେ ଉଦ୍ୟୋଗୀମାନଙ୍କୁ ସବସିଡ଼ି ମଧ୍ୟ ପ୍ରଦାନ କରାଯାଉଛି l ଏଥିସହିତ ଅଚଳ ଶୀତଳଭଣ୍ଡାରଗୁଡିକର ପୁନରୁଦ୍ଧାର କରାଯାଉଛି l ଆର୍ଥିକ ବର୍ଷ ୨୦୨୪-୨୫ ରେ ପାଖାପାଖି ୧୧୫୨ଟି କୃଷି ଉଦ୍ୟୋଗକୁ ୧୬୦ କୋଟି ଟଙ୍କାର ସବସିଡ଼ି ପ୍ରଦାନ କରାଯାଇଛି, ଯାହା ବର୍ତ୍ତମାନସୁଦ୍ଧା ସର୍ବାଧିକ ଏବଂ ଗତବର୍ଷ ତୁଳନାରେ ପ୍ରାୟ ଦେଢ ଗୁଣ ଅଧିକ l ଏହାବ୍ୟତୀତ, ସରକାର ଆଳୁ ଚାଷ, ତାଳ ତେଲ ଚାଷ, ପଣସ ମିଶନ୍, ମସଲା ମିଶନ୍, ପରିବା ଚାଷକୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି l କୃଷକ ବନ୍ଧୁମାନଙ୍କୁ ମୃତ୍ତିକା ସ୍ଵାସ୍ଥ୍ୟର ପରିଚାଳନା, ସମୃଦ୍ଧ କୃଷକ ଯୋଜନାରେ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଇନପୁଟ୍ ସହାୟତା ରାଶି, ଏଗ୍ରୀ ଷ୍ଟାକ, କୃଷକ ରେଜିଷ୍ଟ୍ରି ଭଳି ଡିଜିଟାଲ ସେବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ଉଠାଇବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି l