BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚାଷୀମାନଙ୍କୁ ଧାନସଂଗ୍ରହ ଦେୟ ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନ, ବିଭାଗ ପକ୍ଷରୁ ଚାଷୀମାନଙ୍କ ସହ ନିରନ୍ତର ଯୋଗାଯୋଗ

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟର ୧୮ଟି ଜିଲ୍ଲାରେ ଧାନସଂଗ୍ରହ ଜାରି ରହିଛି। ଏ ପର୍ଯ୍ୟନ୍ତ ଦୁଇ ଲକ୍ଷ ୭୧ ହଜାର ୩୧୮ ଜଣ ଚାଷୀ ମଣ୍ଡିରେ ଧାନବିକ୍ରୟ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ୮୫ ହଜାର ୮୨୦ ଜଣ ଚାଷୀଙ୍କ ଆକାଉଣ୍ଟକୁ ବିକ୍ରୟ ରାଶି ପ୍ରଦାନ କରାଯାଇଛି । ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଏହି ଅର୍ଥରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏ ପର୍ଯ୍ୟନ୍ତ ସର୍ବନିମ୍ନ ସହାୟତା ମୂଲ୍ୟ ବାବଦକୁ ୨୨୪୭ କୋଟି ୫୨ ଲକ୍ଷ ଟଙ୍କା ଏବଂ ଇନ୍‌ପୁଟ ସହାୟତା ରାଶି ଭାବେ ୬୯୩ କୋଟି ୫୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଚାଷୀମାନଙ୍କୁ ସେମାନଙ୍କ ଦେୟ ପ୍ରଦାନ ପାଇଁ ଆଧାରସଂଯୁକ୍ତ ଦେୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ୟାଡ଼ି ପ୍ରୋକ୍ୟୁରମେଣ୍ଟ ଅଟୋମେସନ୍‌ ସିଷ୍ଟମ୍‌ ସହ ସଂଯୁକ୍ତ ପ୍ରକୃତ ଚାଷୀମାନଙ୍କୁ ସେମାନଙ୍କ ଦେୟ ପ୍ରଦାନ କରାଯିବା ସହ ଏ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । ଏ ପର୍ଯ୍ୟନ୍ତ ମାତ୍ର ଏକ ପ୍ରତିଶତରୁ କମ୍‌ ଚାଷୀଙ୍କ ଆକାଉଣ୍ଟକୁ ଦେୟ ପ୍ରଦାନରେ ବିଳମ୍ବ ହୋଇଛି। ସଂପୃକ୍ତ ଚାଷୀମାନଙ୍କ ଆକାଉଣ୍ଟ ବନ୍ଦ ରହିବା, ଆଧାର ସଂଯୁକ୍ତ ନହେବା, କେୱାସି ନ କରିବା ଏବଂ ସର୍ବାଧିକ ନେଣଦେଣ ଇତ୍ୟାଦି କାରଣ ଦେୟ ପ୍ରଦାନ ବିଳମ୍ବର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।

ଏ ସଂପର୍କରେ ଜଣାପଡ଼ିଲେ ଚାଷୀମାନଙ୍କୁ ସେମାନଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଯୋଗାଯୋଗ କରାଯାଉଛି । ଏତଦ୍‌ବ୍ୟତୀତ ଜିଲ୍ଲାସ୍ତରରେ ମଧ୍ୟ ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସଂପୃକ୍ତ ଚାଷୀମାନଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଇ ସେମାନଙ୍କ ଆକାଉଣ୍ଟକୁ ଦେୟ ପ୍ରଦାନ ସୁନିଶ୍ଚିତ କରାଯାଉଛି। ଏଥି ସହ ଆବଶ୍ୟକ ସ୍ଥଳେ ଦେୟମୁକ୍ତ ୧୯୬୭ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।