BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସାରା ଦେଶରେ ସୁନା ମହଙ୍ଗା, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ବଢ଼ିଲା ୨୭୩୦ ଟଙ୍କା

ଭୁବନେଶ୍ବର: ଆମେରିକାର ଫେଡେରାଲ୍ ରିଜର୍ଭର ସୁଧ ନିଷ୍ପତ୍ତି ଉପରେ ସାରା ବିଶ୍ବର ନଜର ଥିବା ବେଳେ ସୁନା ଦର ପୁଣି ବଢ଼ିଛି। ମଙ୍ଗଳବାର ଗୋଟିଏ ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୫୦୦ ଟଙ୍କା ବୃଦ୍ଧି ପାଇ ୯୦,୨୫୦ ଟଙ୍କା ହୋଇଯାଇଛି। ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୨୭୩୦ ଟଙ୍କା ବଢ଼ି ୯୮,୪୬୦ ଟଙ୍କା ହୋଇଛି। ୧୮ କ୍ୟାରେଟ୍‌ ସୁନା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୨୦୪୦ ଟଙ୍କା ବୃଦ୍ଧି ପାଇ ୭୩,୮୪୦ ଟଙ୍କା ରହିଛି।

ଗତ ଏପ୍ରିଲ୍‌ ୩୦ରୁ ସୁନା ଦର ଲଗାତାର ଭାବେ କମୁଥିଲା। ପୂର୍ବ ସପ୍ତାହ ସାରା ସେଥିରେ ଆଦୌଁ ବୃଦ୍ଧି ହୋଇନଥିଲା। ମେ’ ୧ରେ ସୁନା ଦାମ୍‌ରେ ୨୦୦୦ ଟଙ୍କାରୁ ଅଧିକ ହ୍ରାସ ଘଟିଥିଲା। କିନ୍ତୁ ଗତକାଲିଠାରୁ ସୁନା ଦରରେ ପୁଣି ବୃଦ୍ଧିର ଆଉ ଏକ ଧାରା ଆରମ୍ଭ ହୋଇଥିଲା। ଗତକାଲି ୨୨ କ୍ୟାରେଟ୍ ସୁନା ଦାମ୍ ୨୦୦ ଟଙ୍କା ଓ ୨୪ କ୍ୟାରେଟ୍ ଦାମ୍ ୨୨୦ ଟଙ୍କା ବଢ଼ିଥିଲା। ଆଜି ଏକାସଙ୍ଗେ ମୋଟା ଅଙ୍କର ବୃଦ୍ଧି ପରେ ୨୨ କ୍ୟାରେଟ୍‌ ଦାମ୍ ୯୦ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି।

କେବଳ ଭୁବନେଶ୍ବର ନୁହେଁ, ସାରା ଦେଶରେ ସୁନା ମହଙ୍ଗା ହୋଇଛି। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଅନୁସାରେ ଦିଲ୍ଲୀରେ ସୁନାର ୧୦ ଗ୍ରାମ୍‌ ପିଛା ଦାମ୍ ୨୪୦୦ ଟଙ୍କା ବୃଦ୍ଧି ପାଇ ୯୯,୭୫୦ ଟଙ୍କା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ସମ୍ପର୍କରେ କେତେକ ନୂଆ ଘୋଷଣା କରିବା ଉପରେ ବିଚାର କରୁଥିବାରୁ ନିବେଶକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ନିଜ ସମ୍ପତ୍ତିର ସୁରକ୍ଷା ଲାଗି ସେମାନେ ସୁନା ମୁହାଁ ହୋଇଛନ୍ତି। ସେଥିପାଇଁ ସୁନାର ଚାହିଦା ବଢ଼ିବା ସହ ତାହାର ଦର ବଢ଼ୁଛି। ଦିଲ୍ଲୀରେ ରୁପା କେଜି ୧୮୦୦ ଟଙ୍କା ବୃଦ୍ଧି ପାଇ ୯୮,୫୦୦ ଟଙ୍କା ହୋଇଛି। କିନ୍ତୁ, ଭୁବନେଶ୍ବରରେ ରୁପା କେଜି ଦର ମାତ୍ର ୧୦୦ ଟଙ୍କା ହ୍ରାସ ପାଇ ୧, ୦୮,୦୦୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ସ୍ତ‌ରରେ ସୁନାର ଆଉନ୍ସ ପିଛା ଦାମ୍ ୩,୩୭୯ ଡଲାର ରହିଛି ଯାହା ସ୍ବାଭାବିକ ସ୍ତରଠାରୁ ଯଥେଷ୍ଟ ଅଧିକ।