ଗୋଲକୋଣ୍ଡା ଗାର୍ଡିୟନସ୍ ଚାମ୍ପିୟନ, ବାରବାଟୀ ବାଟଲର୍ସ ରନର୍ସ ଅପ୍
ଆଇକନିକ୍ ଓଡିଶା ଚେସ୍ ପ୍ରିମିୟର ଲିଗ୍ ଉଦଯାପିତ
ଭୁବନେଶ୍ବର: ଅଲ ଓଡ଼ିଶା ଚେସ୍ ଆସୋସିଏସନ ( ଏଓସିଏ) ଓ ଆଇକନିକ୍ ସ୍ପୋର୍ଟ ଫାଉଣ୍ଡେସନ (ଆଇଏସ୍ଏଫ୍)ର ମିଳିତସ ହଯୋଗରେ ଆରମ୍ଭ ହୋଇଥିବା ଆଇକନିକ୍ ଓଡ଼ିଶା ଚେସ୍ ପ୍ରିମିୟର ଲିଗ୍ ଶେଷ ହୋଇଛି। ପ୍ରଥମଥର ଏପରି ଏକ ଫ୍ରାଞ୍ଚାଇଜ ଭିତ୍ତିକ ଟୁର୍ଣ୍ଣାମେଣ୍ଟରେ ଓଡିଶାରେ ଆରମ୍ଭ ହୋଇଥିଲା। ଏଥିରେ ୧୨ଟି ଟିମ୍ ଓ ଭାରତର ବିଭିନ୍ନ ରାଜ୍ୟରୁ ୯୬ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଫାଇନାଲରେ ଗୋଲକୋଣ୍ଡା ଗାର୍ଡିୟନସ୍ ଟିମ୍ ଚାମ୍ପିୟନ ହୋଇଥିଲା। ପ୍ରଥମ ରନର୍ସ ଅଫ୍ ବାରବାଟୀ ବାଟଲର୍ସ ହୋଇଥିବା ବେଳେ ଦ୍ବିତୀୟ ରନର୍ସ ଅଫ୍ ଭିକ୍ଟୋରିଆ ଭିକ୍ଟରସ୍ ଟିମ୍ ରହିଥିଲା।
ବିଜେତା ଟିମଙ୍କୁ ୫ ଲକ୍ଷ, ପ୍ରଥମ ରନର୍ସ ଅପକୁ ୩ ଲକ୍ଷ ଓ ଦ୍ବିତୀୟ ରନର୍ସ ଅପକୁ ୨ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।
ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ତଥା ଅଲ୍ ଝାରଖଣ୍ଡ ଚେସ୍ ଆସୋସିଏସନ ସଭାପତି ପ୍ରଦୀପ କୁମାର ବର୍ମା, ସମ୍ମାନିତ ଅତିଥି ଏସାର ମିନମେଟ୍ ଲିମିଟେଡ୍ର ସିଇଓ ଶଶି ଶେଖର ମହାନ୍ତି, ଜେମିନୀ ଅଏଲ୍ ସିନିୟର ମ୍ୟାନେଜର(କମର୍ସିଆଲ) ପ୍ରଦୀପ୍ତ କିଶୋର ମହାପାତ୍ର,ଏସଏନଏମ୍ ଗ୍ରୁପ୍ ଚେୟାରମ୍ୟାନ ପ୍ରଦୀପ୍ତ ମହାନ୍ତି, ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।

କାର୍ଯ୍ୟକ୍ରମରେ ଆଇଏସଏଫ୍ ଟିମର ନିର୍ଦ୍ଦେଶକ ସଞ୍ଜୟ ଚୌଧୁରୀ, ଚିଦାତ୍ମିକା ଖଟୁଆ, ଶେଖ ଅବଦୁଲ ସମିମ୍, ଜାତୀୟ ସଭାପତି ପ୍ରଦିପ୍ତ ମହାନ୍ତି, ରାଜ୍ୟ ସଭାପତି ବିଭୁ ପ୍ରସାଦ ମିଶ୍ର, ରାଜ୍ୟ ସଚିବ ସଞ୍ଜୟ ଦାସ, ରାଜ୍ୟ ଆବାହକ ରଶ୍ମି ଅଗ୍ରଓ୍ବାଲ, ଆଞ୍ଚଳିକ ପରିଚାଳକ ଦର୍ଶନ କୁମାର ବେହେରାଙ୍କ ସମେତ ଏଓସିଓର ସଚିବ ଦେବବ୍ରତ ଭଟ୍ଟ, ଇସି ସଦସ୍ୟ ରିତେଶ ରଥ, ଅଭିଶେକ ଆଚାର୍ଯ୍ୟ, ଅରର୍ଗାନାଇଜର ମାନସ ପାଣି, ବିଷ୍ଣୁ ଅଗ୍ରଓ୍ବାଲ,ଧନଞ୍ଜୟ ସାବତ, ଅର୍ଘ୍ୟ ଅର୍ପଣ ପରିଡା,ପଦ୍ମିନୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ୧୨ଟି ଫ୍ରାଞ୍ଚାଇଜ ଟିମର ଖୋଳୀଳୀଙ୍କ ସମେତ ଫ୍ରାଞ୍ଚାଇଜ ଓନର୍ସମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।