BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଗୋବିନ୍ଦ ସାହୁଙ୍କ ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗିର : ସେ ବହୁତ ଷ୍ଟ୍ରଙ୍ଗ ଲୋକଥିଲେ । ସେ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ତାଙ୍କୁ ହତ୍ୟା କରାଯାଇଛି । ଏମିତି ଅଭିଯୋଗ ଆଣିଛନ୍ତି ମୃତ ଗୋବିନ୍ଦ ସାହୁଙ୍କ ପତ୍ନୀ । ଗୋବିନ୍ଦ ସାହୁ ଗତକାଲି ରାତି ୧୧ଟାରେ ଘରକୁ ଫୋନ କରିଥିଲେ । ଭଲମନ୍ଦ ପଚାରି ବୁଝିଥିଲେ । ହେଲେ ତାଙ୍କ କଥାରେ ସେମିତି କିଛି ସୂଚନା ପାଇ ପାରି ନ ଥିଲେ ଗୋବିନ୍ଦଙ୍କ ପତ୍ନୀ । ହେଲେ ଆଜି ସକାଳୁ ତାଙ୍କର ମୃତ୍ୟୁ ଖବର ସାରା ପରିବାରକୁ ସ୍ତବ୍ଧ କରି ଦେଇଛି ।
ଜେଲ ଭିତରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ତାଙ୍କର ପରିବାର ଲୋକେ । ଗୋବିନ୍ଦଙ୍କ ପତ୍ନୀ କହିଛନ୍ତି, ତାଙ୍କ ସ୍ୱାମୀଙ୍କୁ ପ୍ଲାନ କରି ହତ୍ୟା କରାଯାଇଛି । ସେ ଏଥିପାଇଁ ସିଧାସଳଖ ପ୍ରଶାସନକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ଯିଏ ନେଇଥିଲା ସେ ତାଙ୍କୁ ସୁରକ୍ଷା ଦେବା କଥା ।

ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଆଜି ଜେଲ ଭିତରେ ମୃତ୍ୟୁ ଘଟିଛି ।  ଗୋବିନ୍ଦ ସାହୁ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଆଭିଯୁକ୍ତ ଓ ବିଚାରାଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଜେଲରେ ଥିଲେ । ଆଜି ସକାଳୁ ପ୍ରାୟ ୯ ଟା ସମୟରେ ଶୌଚ ପାଇଁ ଯାଇଥିଲେ । ଜେଲ ଭିତରେ ଥିବା ଏକ ଗଛରେ ପିନ୍ଧା ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ଖବର ମିଳିଛି ।