BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଯୁବକ ମାନେ ସେବା ମନୋବୃତ୍ତି ରଖିଲେ ରଷ୍ଟ୍ରର ଉନ୍ନତି ଘଟିବ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଯୁବା ଉତ୍କର୍ଷ ୨୦୨୨ ଉଦ୍‌ଘାଟିତ

ଭୁବନେଶ୍ୱର – ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ପକ୍ଷରୁ ପ୍ରାନ୍ତୀୟ ଯୁବା ଉତ୍କର୍ଷ ଓଡିଶା-୨୦୨୨ ଭୁବନେଶ୍ୱରର ରଘୁନାଥପୁର ସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବ ଅବସରରେ ଅନୁଷ୍ଠିତ ଯୁବ ସୃଜେତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ରଷ୍ଟ୍ର ନିର୍ମାଣ ଓ ବିକାଶ ପାଇଁ ଶକ୍ତି, ସାମର୍ଥ୍ୟର ଆବଶ୍ୟକତା ରହିଛି ଏବଂ ଏହାର ସ୍ରୋତ ହେଉଛି ଯୁବ ସମାଜ । ତେଣୁ ଆଜିର ଯୁବକ ମାନେ ଏଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବା ଆବଶ୍ୟକ । ସେବା ମନୋବୃତ୍ତି ରଖି କାର୍ଯ୍ୟ କରିଲେ ରାଜ୍ୟ ତଥା ରଷ୍ଟ୍ରର ଉନ୍ନତି ଘଟିବ । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଯୁବକ ମାନଙ୍କର ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । କ୍ରୀଡା କ୍ଷେତ୍ରରେ ଓଡିଶା ଆଜି ନମ୍ବର ଓ୍ବାନ ହୋଇପାରିଛି । ସମ୍ମାନିତ ଅତିଥି ଭାବେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଯୁବା ପ୍ରକୋଷ୍ଠ ମୁଖ୍ୟ ପି କେ ଦୁବେ, ଆଶିଷ ସିଂ, ରାଜ୍ୟ ସମ୍ପାଦକ ସୁବାସ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ । ଆସନ୍ତା କାଲି ଶାନ୍ତିକୁଞ୍ଜ ହରିଦ୍ୱାରର ବରିଷ୍ଠ ପ୍ରତିନିଧି ତଥା ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିକୂଳପତି ଡା. ଚିନ୍ମୟ ପଣ୍ଡ୍ୟାଜି ଓ ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଭିନ୍ନ ରାଜ୍ୟର ଯୁବ ପ୍ରତିନିଧି ଓ ଓଡିଶାର ବିଭିନ୍ନ ଜିଲ୍ଲାରୁ ଯୁବକ, ଯୁବତୀ, କର୍ମର୍କା ମାନେ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ପ୍ରାନ୍ତର ଶେଷଦେବ ଘଡେଇ, ପ୍ରଦୀପ କୁମାର ସାହୁ, ସନ୍ତୋଷ ଜେନା, ଚନ୍ଦ୍ରଶେଖର ବେହେରା, ଜ୍ୟୋର୍ତିମୟ ଦାସ, କୃପାସିନ୍ଧୁ ଷଢଙ୍ଗୀ,ସମରେନ୍ଦ୍ର ସାହୁ, ଭଗବାନ ଦାଶ, ପଦ୍ମନାଭ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।