BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜାତୀୟ କ୍ରୀଡା ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ।

ନୂଆଦିଲ୍ଲୀ, ୨୧ା୫ (ବ୍ୟୁରୋ)-କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। କୋଭିଡ୍‌ ଯୋଗୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍‌ରେ ଆବେଦନ କରିବା ଲାଗି କୁହାଯାଇଛି। ଆବେଦନର ଶେଷ ଦିବସ ଜୁନ୍‌ ୨୧ ରଖାଯାଇଛି। ମହାମାରୀ ଯୋଗୁ ଗତ ବର୍ଷ ଭଳି ଏଥର ବ୍ୟକ୍ତିଗତ ଭାବେ ପୁରସ୍କାର ପାଇଁ ଆବେଦନ କରିହେବ। ୨୦୧୯ ପର୍ଯ୍ୟନ୍ତ ଆବେଦନକାରୀଙ୍କ ଲାଗି ସୁପାରିସର ଆବଶ୍ୟକତା ଥିଲା। କୋଭିଡ୍‌ ଲକ୍‌ଡାଉନ୍‌ ଯୋଗୁ ନିୟମରେ କୋହଳତା ଅବଲମ୍ବନ କରାଯାଇଥିଲା। ଜାତୀୟ ପୁରସ୍କାର ପାଇଁ ଗତବର୍ଷ ୭୪ଟି ଆବେଦନପତ୍ର ମିଳିଥିଲା। ପୁରସ୍କାର ରାଶି ମଧ୍ୟ ବୃଦ୍ଧି କରାଯାଇଥିଲା। ଖେଳରତ୍ନ ପୁରସ୍କାର ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା, ଅର୍ଜୁନ ବିଜେତାଙ୍କୁ ୧୫ ଲକ୍ଷ, ଦ୍ରୋଣାଚାର୍ଯ୍ୟ (ଲାଇଫ୍‌ଟାଇମ୍‌) ବିଜେତାଙ୍କୁ ୧୫ ଲକ୍ଷ ଏବଂ ଧ୍ୟାନଚାନ୍ଦ ପୁରସ୍କାର ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ଗତବର୍ଷ ଏକ ଅଭୂତପୂର୍ବ କଥା ଦେଖିବାକୁ ମିଳିଥିଲା। କ୍ରିକେଟର ରୋହିତ ଶର୍ମା, ମହିଳା ହକି ଟିମ୍‌ ଅଧିନାୟିକା ରାଣୀ ରାମ୍‌ପାଲ, ରେସ୍‌ଲର ଭିନେଶ ଫୋଗତ୍‌, ପାରାଅଲିମ୍ପିଆନ ମାରିୟାପାନ ଥଙ୍ଗାଭେଲୁ ଓ ଟିଟି ଖେଳାଳି ମନିକା ବାତ୍ରାଙ୍କୁ ମିଳିତ ଭାବେ ଖେଳରନତ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।