BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦଶଟି ଓଡ଼ିଆ ଗଜଲ୍‌ଧର୍ମୀ ଗୀତର ଲୋକାର୍ପଣ ସନ୍ଧ୍ୟା

ଭୁବନେଶ୍ୱର : ସ୍ଥାନୀୟ ଜୟଦେବ ଭବନଠାରେ ଯୁବ ସଙ୍ଗୀତ ନିର୍ଦ୍ଦେଶକ ରାଜକିଶୋର ଗୋଚ୍ଛାୟତଙ୍କ ବଳିଷ୍ଟ ସଙ୍ଗୀତ ନିର୍ଦ୍ଦେଶନାରେ ଗଜଲ ଧର୍ମୀ ବା ଗଜଲ ଛାୟାରେ ରଚିତ ଦଶଟି ଓଡିଆ ଏବଂ ହିନ୍ଦୀ ଗଜଲ୍‌/ଗୀତର ଲୋକାର୍ପଣ କରାଯାଇଛି ।
ଏହି ଲୋକାର୍ପଣ ଉତ୍ସବରେ ଓଡ଼ିଶାର ପ୍ରଖ୍ୟାତ ସଂଗୀତ ଗାୟକ ପ୍ରଣବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗଜଲ ଆଲବମ୍‌କୁ ଲୋକାର୍ପିତ କରିଥିଲେ । ଏହି ଅବସରରେ ଏଆଇଆର୍‌ର ଷ୍ଟେସନ୍ ମାଷ୍ଟର ତଥା ଲେଖକ ଗୌର ପଟ୍ଟନାୟକ ଏବଂ ଡିଏଭି କଳିଙ୍ଗ ନଗରର ପ୍ରିନ୍ସିପାଲ୍ ବିପିନ କୁମାର ସାହୁ ଯୋଗ ଦେଇଥିଲେ ।
ଆନନ୍ଦର ବିଷୟ ଏହିକି ଯେ ଭାରତ ପ୍ରସିଦ୍ଧ ଗଜଲ ଗାୟକ ତଲତ ଅଜୀଜ୍ ଏଥିରେ ପ୍ରଥମ ଥର ପାଇଁ ଓଡ଼ିଆ ଗୀତ ଗାଇଛନ୍ତି । ତଲତ ଅଜୀଜ୍‌ଙ୍କ କଣ୍ଠରୁ ଗୋଟିଏ ଓଡ଼ିଆ ଏବଂ ଗୋଟିଏ ହିନ୍ଦୀ ଗୀତ ଶୁଣିବେ ଏହି ଆଲବମ୍‌ରେ । ଏହା ବ୍ୟତିତ ପ୍ରଖ୍ୟାତ ଗାୟିକା ଅନୁରାଧା ପୌଡୁୱାଲ୍‌ଙ୍କ ସମେତ କଣ୍ଠଶିଳ୍ପୀ ଦୁର୍ଗାଚରଣ ମିଶ୍ର, କୁମାର ସତ୍ୟମ୍‌, ସମୀକ୍ଷା ମିଶ୍ର, ଦୀପ୍ତିରେଖା ପାଢୀ, ସନ୍ଦୀପ ମିଶ୍ର, ଜଗଦୀଶ ସ୍ୱାଇଁ ଏବଂ ସ୍ୱରୁପ ପଟ୍ଟନାୟକ ଏହି ଗଜଲ୍ ଗୁଡିକୁ ଗାଇଛନ୍ତି ।
ଗୀତ/ଗଜଲ୍ ଗୁଡିକୁ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର ତ୍ରୀପାଠୀ, ବସନ୍ତ କୁମାର ଦାସ, ସୁବ୍ରତ ମହାନ୍ତି, ପ୍ରତାପ ପଣ୍ଡା, ଜଲୀ ସ୍ୱାଇଁ ଓ ହିତେନ୍ଦ୍ରନାଥ ମହନ୍ତ ।
ଅନେକ ସୁନାମଧନ୍ୟ ସଙ୍ଗୀତଜ୍ଞ, ଗୀତିକାର, କଣ୍ଠଶିଳ୍ପୀ, ସୁସାହିତ୍ୟିକ ଓ ସର୍ବୋପରି ସଙ୍ଗୀତପ୍ରେମୀଙ୍କ ମହାମିଳନରେ ଗଜଲ ସଂନ୍ଧ୍ୟାଟି ସମସ୍ତଙ୍କ ମନ ମୋହିନେଇଥିଲା । ସମସ୍ତେ ମିଳିତ ଭାବରେ ଏପରି ଏକ ଗୁଣାତ୍ମକ ସଙ୍ଗୀତ କାର୍ଯ୍ୟକ୍ରମର ଅନେକ ପ୍ରଶଂସା କରିବା ସହିତ ଆଗକୁ ଏମିତି ଆଉ କିଛି ସଙ୍ଗୀତକୁ ଅପେକ୍ଷା କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ମଚଂ ପରିଚାଳନାରେ ଓଡିଶାର ଜଣାଶୁଣା ମଚଂ ପରିଚାଳକ ଗୁଲସନ ନଦୀମ ବିଶେଷ ଭୂମିକାରେ ଥିଲେ ଏବଂ ବିଶେଷ ଅଭିନୟରେ ଥିଲେ ମମତା ତ୍ରିପାଠୀ । ଶେଷରେ, ଏ କାର୍ଯ୍ୟକ୍ରମର ଯେ ପରିକଳ୍ପନା କରିଥିଲେ ସେଇ ସ୍ରଷ୍ଟା, ଯୁବ ସଙ୍ଗୀତ ନିର୍ଦ୍ଦେଶକ ରାଜ କିଶୋର ଗୋଚ୍ଛାୟତ ଆଶୀର୍ବାଦ ଭିକ୍ଷା ସହ ଉପସ୍ଥିତ ରହି ଉତ୍ସାହିତ କରିଥିବାରୁ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।