BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଗଜା ଉପରେ ଆକ୍ରମଣ କଲା ଇସ୍ରାଏଲ।

ଜେରୁଜେଲମ,୧୬/୫ : ହାମାସ୍‍ ଆତଙ୍କି ଆକ୍ରମଣର କଡା ଜବାବ ଦେବାକୁ ଯାଇ ଗାଜା ଅଞ୍ଚଳରେ ଜୋରଦାର ପ୍ରତିଆକ୍ରମଣ କରିଛି ଇସ୍ରାଏଲୀ ସେନା। ଇସ୍ରାଏଲ ଆକ୍ରମଣେ ଗାଜାରେ ଥିବା ଏକ ବହୁତଳ କୋଠା ଧୂଳିସାତ୍‍ ହୋଇଯାଇଛି। ସେହି ୧୩ ମହଲା ବିଶିଷ୍ଟ କୋଠାରେ ଆମେରିକୟ ଖବର ସରବରାହ ସଂସ୍ଥା ଆସୋସିଏଟେଡ ପ୍ରେସ (ଏପି) ଏବଂ ଅଲ୍‍ ଜଜିରା ଟେଲିଭିଜନ ଆଦି ଗଣମାଧ୍ୟମ ସଂସ୍ଥାଗୁଡିକର କାର୍ଯ୍ୟାଳୟ ଧ୍ୱଂସ ପାଇଯାଇଛି। ଉକ୍ତ କୋଠାରେ ଆଉ କେତେକ ଆନ୍ତର୍ଜାତିକ କାର୍ଯ୍ୟାଳୟ ମଧ୍ୟ ରହିଥିବା ଏଏଫପିର ଜଣେ ସାମ୍ବାଦିକ କହିଛନ୍ତି। ଜାଲା ଟାୱାର ନାମକ ଉକ୍ତ କୋଠା ଉପରେ ଆକାଶ ମାର୍ଗରୁ ଆକ୍ରମଣ କରାଯିବା ପୂର୍ବରୁ ଇସ୍ରାଏଲ ସେନା ପକ୍ଷରୁ କୋଠାର ମାଲିକଙ୍କୁ ସତର୍କ କରାଇ ଦିଆଯାଇଥିଲା। କୋଠାର ମାଲିକ ଜୱାଦ ମେହଦି କହିଛନ୍ତି, ଇସ୍ରାଏଲର ଜଣେ ଗୁଇନ୍ଦା ଅଧିକାରୀ ତାଙ୍କୁ ଏକ ଘଣ୍ଟା ପୂର୍ବରୁ ସତର୍କ କରାଇଦେଇ ତୁରନ୍ତ ସେଠାରୁ ସମସ୍ତଙ୍କୁ ଖାଲି କରିବାକୁ କହିଥିଲେ। ଅଲ୍‍ ଜଜିରାର ଗାଜାରେ ଥିବା ବ୍ୟୁରୋ ମୁଖ୍ୟ ୱାଏଲ ଅଲ୍‍ ଦାହଦୋ କହିଛନ୍ତି, ଏହା ଅତ୍ୟନ୍ତ ଭୟଙ୍କର ଏବଂ ଦୁଃଖଦ ଘଟଣା। ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଉକ୍ତ କୋଠାରେ ହାମାସ୍‍ ଆତଙ୍କି ଗୋଷ୍ଠୀର ସାମରିକ ଗୁଇନ୍ଦା କାର୍ଯ୍ୟାଳୟ ଥିବାରୁ ଉକ୍ତ କୋଠା ଉପରେ ଆକ୍ରମଣ କରାଯାଇଛି। ଗତ ସୋମବାରଠାରୁ ଗାଜା ଉପରେ ଆରମ୍ଭ ହୋଇଥିବା ଇସ୍ରାଏଲି ଆକ୍ରମଣରେ ୪୦ ଜଣ ଶିଶୁଙ୍କ ସମେତ ଶତାଧିକ ପ୍ରାଣ ହରାଇଥିବାବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି।