BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଗାଡକଣ ପ୍ରିମିଅର ଲିଗ୍ ଉଦଘାଟିତ

ଭୁବନେଶ୍ୱର: ଗାଡକଣ ଗ୍ରାମ ପଡ଼ିଆ ଠାରେ ୧୮ ବର୍ଷରୁ କମ୍ ଗାଡକଣ ପ୍ରିମିଅର ଲିଗ ସଟ୍ ବାଉଣ୍ଡରୀ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୨ ନମ୍ବର ୱାର୍ଡର କର୍ପୋରେଟର ଜୟନ୍ତୀ ସାହୁ, ସମାଜସେବୀ ପ୍ରସନ୍ନ କୁମାର ସାହୁ ଯୋଗଦେଇ ଉଦ୍ଘାଟନ କରିଥିଲେ।

ଏଥିରେ ସ୍ଥାନୀୟ ଅଞ୍ଚଳର ୮ଟି ଦଳ ଯଥା ଇଗଲ ନାଇନ୍, ଗାଡକଣ ହଣ୍ଟର୍ସ, ସନରାଇଜ୍, ବିକାଶ ନାଇନ୍, ଡମଣା, ଭୋଟପଡା, ଓମ ସା ବିହାର ଟିମ୍ ଅଂଶଗ୍ରହଣ କରିଛନ୍ତି। ଏମାନଙ୍କୁ ଗ୍ରୁପ ଏ ଓ ବି ଦୁଇ ଭାଗରେ ବିଭକ୍ତ କରା ଯାଇଛି। ପ୍ରତ୍ୟେକ ଟିମ୍ ୩ ଟି ଲିଗ୍ ମ୍ୟାଚ ଖେଳିବା ପରେ ବିଜୟୀ ଟିମ୍ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଖେଲିବାର କାର୍ଯ୍ୟକ୍ରମ ରହିଛି। ଚାମ୍ପିୟନ ଓ ରନର୍ସଅପ ଟିମକୁ ଆକର୍ଷଣୀୟ ଟ୍ରଫି ସହିତ ନଗଦ ଅର୍ଥରାଶି ପ୍ରଦାନ କରାଯିବ ବୋଲି ଗାଡକଣ ଦଳ ପକ୍ଷରୁ କୁହାଯାଇଛି।