BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି।

ଭୁବନେଶ୍ୱର,୨୨/୧୦(ବ୍ୟୁରୋ) ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ଧାର୍ଯ୍ୟ ସମୟମୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ଗୁରୁବାର ଆଭାସି ବ୍ୟବସ୍ଥାରେ ଆୟୋଜିତ ସମ୍ମିଳନୀରେ ସେ ସମସ୍ତ ଜିଲାପାଳଙ୍କ ସହ ନିର୍ବାଚନ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଛନ୍ତି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗତ ୪ ତାରିଖରେ ପଠାଯାଇଥିବା ଚିଠି ଅନୁସାରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ଶେଷ କରି ଆସନ୍ତା ୨୬ ତାରିଖ ସୁଦ୍ଧା ଆୟୋଗଙ୍କୁ ତାଲିକା ପ୍ରଦାନ କରିବାକୁ ସେ ଜିଲାପାଳମାନଙ୍କୁ କହିଛନ୍ତି। ଏହି ତାଲିକା ନିର୍ଦ୍ଧାରିତ ପ୍ରୋଫର୍ମାରେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ଆୟୋଗଙ୍କ ନିକଟକୁ ପଠାଇବାକୁ କୁହାଯାଇଛି।

ଜିଲାସ୍ତରରେ କେତେ ଭୋଟ ବାକ୍ସ ଅଛି ଏବଂ କେତେ ଭୋଟ ବାକ୍ସ ଦରକାର ହେବ ସେ ସମ୍ପର୍କରେ ସେ ଜିଲାପାଳମାନଙ୍କ ସହ ଆଲୋଚନା କରିଥିଲେ। ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଭୋଟ ବାକ୍ସର ମରାମତି ଓ ରଙ୍ଗ କରାଇ ପ୍ରସ୍ତୁତ ରଖିବା ପାଇଁ ସେ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଜିଲାଗୁଡ଼ିକୁ ମୋଟ ୧ କୋଟି ୧୬ଲକ୍ଷ ଟଙ୍କା ଦିଆଯାଇଛି। ନଭେମ୍ବର ୧୫ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ ସେ କହିଛନ୍ତି।
ଭୋଟ ଗଣତି ସମ୍ପର୍କରେ ଆୟୋଗ ଏକ ନିୟମାବଳୀ ଜାରି କରିଛନ୍ତି। ଏଥର ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ବ୍ଲକ ମୁଖ୍ୟାଳୟରେ ହେବ। ବ୍ଲକ ମୁଖ୍ୟାଳୟରେ ଭୋଟ ଗଣତି କେନ୍ଦ୍ର ଚିହ୍ନଟ ସହ ଏହାକୁ ପ୍ରସ୍ତୁତ ରଖିବା ପାଇଁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଚଳିତବର୍ଷ ଜାନୁଆରୀରେ ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନମଣ୍ଡଳୀ ଭୋଟର ତାଲିକା ଜିଲାଗୁଡ଼ିକୁ ଆୟୋଗଙ୍କ ପକ୍ଷରୁ ସିଡିରେ ପଠାଯାଇଛି। ଏହାକୁ ଆଧାର କରି ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ସେ କହିଛନ୍ତି।

ନିର୍ବାଚନ ପାଇଁ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ଆୟୋଗ ଜିଲାପାଳମାନଙ୍କୁ ପତ୍ର ଦେଇଛନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା ପଞ୍ଜୀକରଣ ଅଧିକାରୀ ନିଯୁକ୍ତି କାର୍ଯ୍ୟ ସାରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହ ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ କରିବା ପାଇଁ କୁହାଯାଇଛି। ନଭେମ୍ବର ୫ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସାରିବା ନେଇ ସମୟ ଧାର୍ଯ୍ୟ କରାଯାଇଛି। ଯେଉଁଠାରେ ଭୋଟ ଗ୍ରହଣ ସୁବିଧା ନ ଥିବ ସେଠାରେ ଅସ୍ଥାୟୀ ଭୋଟ ଗ୍ରହଣ କେନ୍ଦ୍ର ନିର୍ମାଣ କରିବାକୁ ସେ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଜିଲାସ୍ତରରେ ନଭେମ୍ବର ୩୦ ତାରିଖ ସୁଦ୍ଧା ଭୋଟ ବାକ୍ସ କଭର କିଣିବା ପାଇଁ ନିର୍ଦେଶନାମା ଜାରି କରାଯାଇଛି।