BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭାରତୀୟ ଜୁନିୟର ହକି ଦଳର ବିଶ୍ୱକପ୍ ସଫଳତା: ପ୍ରତିଟି ଖେଳାଳିଙ୍କ ପଛରେ ରହିଛି ସଂଘର୍ଷ ଓ ସ୍ୱପ୍ନର ନିଆରା କାହାଣୀ

ଚେନ୍ନାଇ: କାହା ପାଇଁ ଏହା ଏକ ପାରମ୍ପରିକ ଉତ୍ତରାଧିକାର, କାହା ପାଇଁ ଚାକିରି ପାଇବାର ମାଧ୍ୟମ ତ ପୁଣି କାହା ପାଇଁ କେବଳ ଏକ ଦୃଢ଼ ବିଶ୍ୱାସ-ବିଶ୍ୱକପ୍ କାଂସ୍ୟ ପଦକ ବିଜେତା ଭାରତୀୟ ଜୁନିୟର ପୁରୁଷ ହକି ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଏହି କ୍ରୀଡ଼ାର ଅର୍ଥ ଭିନ୍ନ। ମାତ୍ର ଏହି ୨୧ ବର୍ଷରୁ କମ୍ ବୟସର ଯୁବଗୋଷ୍ଠୀଙ୍କୁ ଯେଉଁ ଜିନିଷଟି ଏକାଠି ବାନ୍ଧି ରଖିଛି, ତାହା ହେଉଛି ଦେଶ ପାଇଁ ଅଲିମ୍ପିକ୍ ପଦକ ଜିତିବାର ସ୍ୱପ୍ନ। ବିଶ୍ୱକପରେ ପଦକ ଜିତିବା ସହ ଭାରତର ୯ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇବା ପରେ ଏହି ସ୍ୱପ୍ନ ଏବେ ଆହୁରି ସୁଦୃଢ଼ ହୋଇଛି। ଏହି ସଫଳତା ସହିତ ସେମାନେ ହକି ପ୍ରେମୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସିନିୟର ଦଳରେ ଆଗକୁ ହେବାକୁ ଥିବା ପରିବର୍ତ୍ତନ ସମୟ ଏତେଟା କଷ୍ଟକର ହେବନାହିଁ।

ପ୍ରତ୍ୟେକ ଖେଳାଳି ଏକ ଭିନ୍ନ ପୃଷ୍ଠଭୂମିରୁ ଆସିଛନ୍ତି ଏବଂ ସେମାନଙ୍କ ସଂଘର୍ଷର କାହାଣୀ ମଧ୍ୟ ନିଆରା। ହରିୟାଣାର ଦାବ୍ରା ଗ୍ରାମର ୨୧ ବର୍ଷୀୟ ଅଧିନାୟକ ରୋହିତଙ୍କ ପାଇଁ ଦିନେ ସାଧାରଣ ଖାଦ୍ୟ ଖାଇବା ମଧ୍ୟ ଏକ ବଡ଼ ସଂଘର୍ଷ ଥିଲା। ଗତବର୍ଷ ସିନିୟର ଦଳ ସହ ଅଭ୍ୟାସ ମ୍ୟାଚ୍ ବେଳେ ତାଙ୍କ ମୁହଁର ହାଡ଼ ଭାଙ୍ଗିଯାଇଥିଲା, ଯାହା ଫଳରେ ସେ ମାସ ମାସ ଧରି ଶଯ୍ୟାଶାୟୀ ହୋଇପଡ଼ିଥିଲେ। ସେତେବେଳେ ସେ ଭାବିଥିଲେ ଯେ ହୁଏତ ସେ ଆଉ କେବେ ଖେଳିପାରିବେ ନାହିଁ। ମାତ୍ର ସେ ପୁଣି ପଡ଼ିଆକୁ ଫେରିଲେ ଏବଂ ଏବେ ତାଙ୍କର ଲକ୍ଷ୍ୟ ହେଉଛି ସିନିୟର ଦଳରେ ଖେଳି ଅଲିମ୍ପିକ୍ ପଦକ ଜିତିବା।

ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ୧୯ ବର୍ଷୀୟ ଅନମୋଲ ଏକ୍କା ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ଅଳ୍ପ ବୟସରୁ ମା’ଙ୍କୁ ହରାଇବା ପରେ ସେ ତାଙ୍କ ଆଇ-ଅଜାଙ୍କ ପାଖରେ ରହି ବଡ଼ ହୋଇଥିଲେ। ସେଠାରେ ହିଁ ସେ ହକି ଖେଳିବା ଆରମ୍ଭ କରିଥିଲେ, ଯାହା ତାଙ୍କ ଜୀବନ ବଦଳାଇ ଦେଇଛି। ବିରେନ୍ଦ୍ର ଲାକ୍ରାଙ୍କ ପ୍ରଶଂସକ ଅନମୋଲ ଏହି ବିଶ୍ୱକପରେ ଜଣେ ଉଜ୍ଜ୍ୱଳ ତାରକା ଭାବେ ଉଭା ହୋଇଛନ୍ତି। ସୁନ୍ଦରଗଡ଼ର ଅନ୍ୟତମ ଖେଳାଳି ରୋଶନ କୁଜୁର ମଧ୍ୟ ଘାସ ପଡ଼ିଆରୁ ଖେଳ ଆରମ୍ଭ କରି ଆଜି ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛନ୍ତି। ମାନପ୍ରୀତ ସିଂଙ୍କୁ ନିଜର ଆଦର୍ଶ ମାନୁଥିବା ରୋଶନ ଏବେ ସିନିୟର ଦଳ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

ପଞ୍ଜାବର ପାଠାନକୋଟରୁ ଆସିଥିବା ଗୋଲକିପର ପ୍ରିନ୍ସଦୀପ ସିଂ ଫୁଟବଲ୍ ଛାଡ଼ି ହକିକୁ ଆପଣାଇଥିଲେ। ସେ ମହାନ ଗୋଲକିପର ପି.ଆର୍. ଶ୍ରୀଜେଶଙ୍କ ଐତିହାସିକ ୧୬ ନମ୍ବର ଜର୍ସି ପିନ୍ଧି ବେଲଜିୟମ ବିପକ୍ଷ କ୍ୱାର୍ଟର ଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେହିପରି ତରନ୍ ତାରନ୍‌ର ୨୦ ବର୍ଷୀୟ ମନମିତ ସିଂଙ୍କ ପରିବାରରେ ହକିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସେ ଅଲିମ୍ପିଆନ ଆକାଶଦୀପ ସିଂଙ୍କ ପୁତୁରା। ଅନ୍ୟପଟେ ପଞ୍ଜାବର ଦିଲରାଜଙ୍କ କାହାଣୀ ବହୁତ ଭାବୁକ। ତାଙ୍କ ବାପା ଅସୁସ୍ଥ ଥିବାବେଳେ ତାଙ୍କ ମା’ ନିଜର କାନଫୁଲ ବିକ୍ରି କରି ପୁଅ ପାଇଁ ପ୍ରଥମ ହକି କିଟ୍ କିଣିଥିଲେ। ଆଜି ସେ ନିଜ ମା’ଙ୍କ ତ୍ୟାଗକୁ ମନେ ପକାଇ ଦେଶ ପାଇଁ ଗୌରବ ଆଣିବାକୁ ଚାହାନ୍ତି। ଉତ୍ତର ପ୍ରଦେଶର ଡ୍ରାଗ୍-ଫ୍ଲିକର୍ ଶାରଦାନନ୍ଦ ତିୱାରୀ ମଧ୍ୟ ବେଲଜିୟମ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ଗୋଲ୍ ସ୍କୋର କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।