BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଛପର ଘରୁ ମଜବୁତ ଭିତ୍ତିଭୂମି ପର୍ଯ୍ୟନ୍ତ: ଲକ୍ଷପତି ଦିଦି କବିତା ସିଂହଙ୍କ ଅସାଧାରଣ ଯାତ୍ରା

ଭୁବନେଶ୍ୱର : ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ଆଦିବାସୀ ଗ୍ରାମ କୃଷ୍ଣଚନ୍ଦ୍ରପୁରରେ, ୫୦ ବର୍ଷୀୟା ସାନ୍ତାଳ ମହିଳା କବିତା ସିଂହଙ୍କ ଜୀବନ କାହାଣୀ ସାହସ ଓ ଅଦମ୍ୟ ଇଚ୍ଛାଶକ୍ତିର ଏକ ଜ୍ୱଳନ୍ତ ଉଦାହରଣ। ଯେଉଁ ମହିଳା ଏକଦା ଦାରିଦ୍ର୍ୟର ଅନ୍ଧକାରରେ ହତାଶ ହୋଇଥିଲେ, ସେ ଆଜି ନିଜ ପରିବାରର ଭାଗ୍ୟ ପରିବର୍ତ୍ତନ କରିବା ସହିତ ସମଗ୍ର ସମାଜକୁ ନୂତନ ମାର୍ଗ ଦର୍ଶାଇଛନ୍ତି। କିଛି ବର୍ଷ ପୂର୍ବେ କବିତାଙ୍କ ଜୀବନ ଥିଲା ଅନିଶ୍ଚିତତାର ଏକ ଅନ୍ତହୀନ ଚକ୍ର। ଅଭାବଗ୍ରସ୍ତ ଜୀବନ, ଜରାଜୀର୍ଣ୍ଣ ଘର, ପିଲାଙ୍କ ଶିକ୍ଷା ପାଇଁ ଚିନ୍ତା, ପୋଷ୍ଟାକ ଖାଦ୍ୟ କିମ୍ବା ସ୍ୱଚ୍ଛ ପରିମଳ ବ୍ୟବସ୍ଥା ଭଳି ମୌଳିକ ଆବଶ୍ୟକତା ମଧ୍ୟ ଏକ ସ୍ୱପ୍ନ ପରି ଲାଗୁଥିଲା।

କିନ୍ତୁ ନିଜ ସଂଘର୍ଷରୁ ହିଁ ଉଦ୍ଦେଶ୍ୟ ପାଇଲେ କବିତା। ମଦର ଟେରେସା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗଦାନ କରିବା କବିତାଙ୍କ ଜୀବନରେ ପରିବର୍ତ୍ତନ ଆଣିଥିଲା। ଓଡ଼ିଶା ଜୀବିକା ମିଶନ (OLM)ର ବିଭିନ୍ନ ଯୋଜନା ଯେପରିକି କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ (CIF), ସୁଭଦ୍ରା, ଭଲନେରେବଲ ରିଡକ୍ସନ ଫଣ୍ଡ (VRF) ଆଦିର ସାହାଯ୍ୟରେ ସେ ଛେଳି ଓ କୁକୁଡ଼ା ପାଳନ କାର୍ଯ୍ୟ ଆରମ୍ଭ କଲେ। ପ୍ରତ୍ୟେକ ପଶୁର ଯତ୍ନ ନେଲେ ଏବଂ କ୍ରମାଗତ ଭାବରେ ତାଙ୍କର କଷ୍ଟସାଧ୍ୟ ପରିଶ୍ରମ ଫଳ ଦେବାକୁ ଲାଗିଲା।

ଆଜି କବିତା ବାର୍ଷିକ ୧.୨୯ ଲକ୍ଷ ଟଙ୍କା ଆୟ କରୁଛନ୍ତି। ତାଙ୍କର ଏହି ଆର୍ଥିକ ସଶକ୍ତିକରଣ ତାଙ୍କ ପରିବାରର ଭାଗ୍ୟ ବଦଳାଇଦେଇଛି। ସେ ନିଜ ଘରକୁ ପୁନର୍ନିର୍ମାଣ କରିଛନ୍ତି, ତାଙ୍କ ପରିବାର ପାଇଁ ଏକ ସୁରକ୍ଷିତ ଆଶ୍ରୟ ସୃଷ୍ଟି କରିଛନ୍ତି। ତାଙ୍କର ଝିଅ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି ଏବଂ ପୁତ୍ର ବିଏସସି ପଢ଼ୁଛନ୍ତି ଯାହା କବିତାଙ୍କ ସ୍ବପ୍ନ ସାକାର କରିଛି।

କବିତା ସ୍ୱଚ୍ଛ ଭାରତ ମିଶନ ଅଧୀନରେ ପରିମଳ କାର୍ଯ୍ୟକ୍ରମର ଏକ ପ୍ରେରଣାଦାୟୀ ନେତ୍ରୀ ଭାବରେ ଉଭା ହୋଇଛନ୍ତି। ବଡଯୋଡ଼ା ପଞ୍ଚାୟତରେ ୪୦୦ରୁ ଅଧିକ ଶୌଚାଳୟ ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ନେତୃତ୍ୱ ଓ ସମର୍ପଣ ତାଙ୍କୁ ଜିଲ୍ଲା ପ୍ରଶାସନର ସ୍ୱୀକୃତି ପ୍ରାପ୍ତି କରାଇଛି ।

ଚଳିତ ୨୦ ଜୁନ୍ ୨୦୨୫ରେ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବରେ ତାଙ୍କୁ ପାଞ୍ଚଜଣ ଆଦର୍ଶ ଲକ୍ଷପତି ଦିଦିଙ୍କ ମଧ୍ୟରୁ ଜଣେ ଭାବରେ ସମ୍ମାନିତ କରିଥିଲେ। ପାରମ୍ପରିକ ପୋଷାକରେ ସଭାମଞ୍ଚକୁ ଆସି ତାଙ୍କ ଆଖିରେ ଖେଳିଯାଇଥିବା ଲୁହ ସେଇ ମୁହୂର୍ତ୍ତରେ ସଭାକୁ ମୁଗ୍ଧ କରିଦେଇଥିଲା। ଆଜି କବିତା ସିଂହ କେବଳ ଜଣେ ଲକ୍ଷପତି ଦିଦି ନୁହଁନ୍ତି, ସେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ପ୍ରତୀକ। ତାଙ୍କର ଏହି ଅସାଧାରଣ ଯାତ୍ରା ଏହା ଦର୍ଶାଏ ଯେ ସଠିକ୍ ସୁଯୋଗ, ପ୍ରଶିକ୍ଷଣ ଓ ସହାୟତା ପାଇଲେ ମହିଳାମାନେ କେବଳ ନିଜ ଜୀବନକୁ ନୁହେଁ, ସମଗ୍ର ସମାଜକୁ ବଦଳାଇପାରିବେ।

ସମଗ୍ର ମୟୂରଭଞ୍ଜରେ ଆଜି କବିତାଙ୍କ ନାମ ଏକ ଆଲୋକସ୍ତମ୍ଭ ଭାବରେ ପ୍ରଜ୍ୱଳିତ, ଯାହା ହଜାର ହଜାର ମହିଳାଙ୍କୁ ଆତ୍ମବିଶ୍ୱାସ ଯୋଗାଇ ଦେବା ସହ ସ୍ୱାବଲମ୍ବୀ ହେବାକୁ ପ୍ରେରଣା ଦେଉଛି।