ଭିଏସଏସ ନଗରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ନେଲେ ୫୦୦ ରୋଗୀ
ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ଯୁବ ପରିଷଦ, ଖୁସି ଡାଇବେଟିସ୍ କେୟାର ଏବଂ ବିଶ୍ୱେଶ୍ୱରୀ ମେଡ଼ିକାଲ ଷ୍ଟୋର ପକ୍ଷରୁ ଭିଏସଏସ ନଗରଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ମେଡ଼ିସିନ, ଚର୍ମ ଓ ଦନ୍ତ ବିଶେଷଜ୍ଞ ଡାକ୍ତର ଏହି ଶିବିରରେ ଯୋଗ ଦେଇ ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରୋଗ ନିଦାନ ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଏମ୍ଡି, ଡାଇବେଟିକ ଏବଂ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏହି ଶିବିରରେ ୫୦୦ରୁ ଅଧିକ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ନେଇଥିଲେ।
ଉକ୍ତ ସ୍ୱାସ୍ଥ୍ୟ ସେବା ଶିବିରକୁ ବରିଷ୍ଠ ନାଗରିକ ସଂଘର ସଭାପତି କୃପାସିନ୍ଧୁ ସାହୁ, ଓଡ଼ିଶା ଭାଜପା ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଭୁବନେଶ୍ୱର ଜିଲା ଭାଜପା ସଭାପତି ନିରଞ୍ଜନ ମିଶ୍ର, ମଞ୍ଚନାଥ ମଣ୍ଡଳ ଭାଜପା ସଭାନେତ୍ରୀ ଲିପା ଦାସ, ପରିଷଦର ସଭ୍ୟ ଜଗନ୍ନାଥ ବେହେରା, ଅରୁଣ କୁମାର ଦାଶ, ପ୍ରୀତିରଞ୍ଜ ମିଶ୍ର ଓ ପ୍ରଶାନ୍ତ ପାତ୍ର ପରିଚାଳନା କରିଥିଲେ।