BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ନୂତନ ଭବନର ଶିଳାନ୍ୟାସ

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ନୂତନ ଭବନର ଶିଳାନ୍ୟାସ କରିଛନ୍ତି । ଏହି ନୂତନ ଭବନଟି ପ୍ରାୟ ୨୫ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବ । ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ଶେଷ ହୋଇ ଭବନଟିରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ମୁଖ୍ୟ ଦପ୍ତର ଭାବେ କାର୍ଯ୍ୟ କରିବ । ବର୍ତ୍ତମାନ ନିଗମର ପରିସରରେ ଉକ୍ତ ନୂତନ ଭବନ ନିର୍ମାଣ କରାଯାଉଛି ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ନିଗମର କାର୍ଯ୍ୟ ହେଉଥିବା ଭବନଟି ୩୭ ବର୍ଷ ପୁରୁଣା ଏବଂ ନିଗମର କାର୍ଯ୍ୟଭାର ଓ କର୍ମଚାରୀ ସଂଖ୍ୟା ବୃଦ୍ଧି ଯୋଗୁଁ ଏକ ନୂତନ ଭବନର ଆବଶ୍ୟକତା ରହିଛି । ନିର୍ମାଣ ହେବାକୁ ଥିବା ଏହି ନୂତନ ଭବନଟି ପାଞ୍ଚମହଲା ବିଶିଷ୍ଟ ହେବ । ଏହାର ବେସ୍‌ମେଣ୍ଟରେ ଯାନ ରଖିବା ପାଇଁ ପାର୍କିଂ ସ୍ଥଳି ରହିବ । ନୂତନ ଭବନରେ ବରିଷ୍ଠ ଅଧିକାରୀ ମାନଙ୍କ କାର୍ଯ୍ୟାଳୟ, ସମ୍ମିଳନୀ କକ୍ଷ, ପ୍ୟାଣ୍ଟ୍ରି, ପ୍ରତୀକ୍ଷାଳୟ, ନିରୀକ୍ଷଣ କକ୍ଷ ସମେତ ଅନ୍ୟ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଯଥେଷ୍ଟ କକ୍ଷ ଓ ସ୍ଥାନ ରହିବ ।

ଏହି ଅବସରରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ସୁପରିଟେଣ୍ଡେଣ୍ଟ ଇଂଜିନିୟର, ନିର୍ମାଣକାରୀ ସଂସ୍ଥାର ପ୍ରତିନିଧି ସମେତ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।