BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କଟକ ଜିଲ୍ଲାରେ ତ୍ରିରଙ୍ଗା ଯାତ୍ରାରେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଯୋଗଦାନ, ୩୫ କୋଟି ଟଙ୍କା ବ୍ୟୟ ଅଟକଳର ଚାରିଗୋଟି ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟିତ 

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୧୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପିତ 

ଭୁବନେଶ୍ୱର : ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଆଜି କଟକ ଜିଲ୍ଲା ସାଲେପୁର ଓ ମାହାଙ୍ଗାରେ ତ୍ରିରଙ୍ଗା ଯାତ୍ରାରେ ଯୋଗଦାନ କରିବା ସହ ଚାରି ଗୋଟି ପାନୀୟଜଳ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଊଣେଇଶି ଗୋଟି ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ଉକ୍ତ ଅଞ୍ଚଳର ଲୋକଙ୍କ ସମସ୍ୟାର ସମାଧାନ କରିବା ସହ ସମଗ୍ର ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ।
ମନ୍ତ୍ରୀ  ରବି ନାରାୟଣ ନାଏକଙ୍କ ଦ୍ୱାରା ଆଜି କଟକ ଜିଲ୍ଲାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ସାଲେପୁର ବିଧାନସଭା କ୍ଷେତ୍ରରେ ପ୍ରାୟ ପଇଁ ତିରିଶି କୋଟି ଟଙ୍କା ବ୍ୟୟ ଅଟକଳର ଚାରିଗୋଟି ପାନୀୟଜଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି ।
ଏହା ସହ ମନ୍ତ୍ରୀ ରବି ନାରାୟଣ ନାଏକ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏକଶହ ଦଶ କୋଟି ଟଙ୍କା ବ୍ୟୟ ଅଟକଳରେ ଊଣେଇଶି ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ମଧ୍ୟରେ ବିଭିନ୍ନ ବିଧାନସଭା କ୍ଷେତ୍ର ଅଧୀନରେ ଯଥା: ମାହାଙ୍ଗା- ଦୁଇ ଗୋଟି, କଟକ ସଦର- ତିନିଗୋଟି, ନିଆଳି- ଦୁଇ ଗୋଟି, ସାଲେପୁର- ପାଞ୍ଚଗୋଟି, ଆଠଗଡ- ଦୁଇ ଗୋଟି, ବଡ଼ମ୍ବା- ତିନି ଗୋଟି, ବାଙ୍କି- ଦୁଇ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ଅବସରରେ ପ୍ରକଳ୍ପଗୁଡ଼ିକ ଉକ୍ତ ଅଞ୍ଚଳର ଲୋକଙ୍କ ସମସ୍ୟାର ସମାଧାନ କରିବା ସହ ସମଗ୍ର ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ମତପ୍ରକାଶ କରିଛନ୍ତି ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ସାଲେପୁର ଓ ମାହାଙ୍ଗାଠାରେ ତ୍ରିରଙ୍ଗା ଯାତ୍ରାରେ ଯୋଗଦେଇ ଦେଶର ତିନି ସେନାବାହିନୀର ଅପୂର୍ବ ବଳ, ପରାକ୍ରମ, ଯଶ ଓ କୀର୍ତ୍ତି ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଅପରେସନ ସିନ୍ଦୁରରେ ସେମାନେ ଯେଭଳି ସମଗ୍ର ଦେଶକୁ ଗୌରବାନ୍ୱିତ କରିଛନ୍ତି ସେଥି ପାଇଁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ସହ ଦେଶପ୍ରେମର ବହ୍ନିରେ ଉଦବୁଦ୍ଧ ହୋଇ ରାଷ୍ଟ୍ର ପ୍ରତି ସମର୍ପିତ କାର୍ଯ୍ୟ କରିବା ପାଇଁ ସେ ସଭିଙ୍କୁ ଉତ୍ସାହିତ କରିଥିଲେ ।
ଏହି ଅବସରରେ ମାହାଙ୍ଗା ବିଧାୟକ  ସାରଦା ପ୍ରସାଦ ପ୍ରଧାନ, କଟକ ଗ୍ରାମ୍ୟ ଉନ୍ନୟନ ମଣ୍ଡଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଆର୍‌ଡବ୍ଲୁ୍ୟଏସ୍‌ଏସ୍‌ର ମୁଖ୍ୟଯନ୍ତ୍ରୀ, କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସିଡ଼ିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।